ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ମୋଦୀ ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଛାତ୍ରଙ୍କୁ ସମ୍ବୋଧିତ କାରିଛନ୍ତି । ଏହି କାର୍ଯ୍ୟକ୍ରମରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ ।
‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ୫ମ ସଂସ୍କରଣରେ ମୋଦୀ କହିଛନ୍ତି ଯେ, ଏହା ମୋର ପ୍ରିୟ କାର୍ଯ୍ୟକ୍ରମ କିନ୍ତୁ କୋଭିଡ ଯୋଗୁ ମୁଁ ଆପଣମାନଙ୍କୁ ଭେଟି ପାରିନଥିଲି । ମୋତେ ଲାଗୁନି ଆପଣଙ୍କୁ ପରୀକ୍ଷା ଭୟ ଥିବ । ପରୀକ୍ଷାର ଭୟ ଆପଣଙ୍କ ମାତାପିତାଙ୍କୁ ହେଉଥିବ । ପରୀକ୍ଷାକୁ ଉତ୍ସବ ରୂପେ ଭାବନ୍ତୁ ।
ମୋଦୀ ଆହୁରି କହିଛନ୍ତି ଯେ, କେବେ ନିଜର ପରୀକ୍ଷା ନେଇ ଦେଖନ୍ତୁ । କେବେ ପରୀକ୍ଷାକୁ ମଧ୍ୟ ଚିଠି ଲେଖି ଦେଖନ୍ତୁ, କେତେ ମଜା ଆସିବ । ପରୀକ୍ଷାକୁ ଲେଖ କି, ତୁମର ସାହସ କେମିତି ହେଲା ମୋତେ ତଳକୁ ଖସାଇବାକୁ, ମୁଁ ଜବରଦସ୍ତ ପ୍ରସ୍ତୁତି କରିଛି, ମୁଁ ତୁମକୁ ତଳକୁ ଖସାଇ ଦେବି । ମୁଁ କଦାପି ହାର ମାନିବିନି ।