ଟିଭି ଅଭିନେତ୍ରୀ ଦଲଜୀତ କୌରଙ୍କ ଦ୍ୱିତୀୟ ବିବାହ

ମୁମ୍ବାଇ: ଟିଭି ଅଭିନେତ୍ରୀ ଦଲଜୀତ କୌର ବ୍ୟବସାୟୀ ନିଖିଲ ପଟେଲଙ୍କ ସହ ଦ୍ୱିତୀୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଧଳା ଓ ଲାଲି ରଙ୍ଗର ପୋଷାକରେ ଉଭୟ ବର-ବୋଧୂ ବେଶ୍ ସୁନ୍ଦର ଦିଶୁଛନ୍ତି ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଦଲଜୀତ ତାଙ୍କ ହଳଦୀ,ମେହେନ୍ଦି, ସଙ୍ଗୀତ ଓ ବିବାହର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଦଲଜୀତଙ୍କ ବିବାହରେ ତାଙ୍କ ଖାସ୍ ବନ୍ଧୁ ତଥା ଟେଲି ଅଭିନେତ୍ରୀ କରିସ୍ମା ତନ୍ନା, ସାନାୟା ଇରାନୀ ଓ ରିଦ୍ଧି ଡୋଗ୍ରା ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ଦଲଜୀତ କୌର ଓ ନିଖିଳ ପଟେଲ ଉଭୟଙ୍କର ଏହା ହେଉଛି ଦ୍ୱିତୀୟ ବିବାହ । ଦଲଜୀତଙ୍କର ଏକ ପୁଅ ଥିବାବେଳେ ନିଖିଲଙ୍କର ୨ଜଣ ଝିଅ ରହିଛନ୍ତି । ଦଲଜୀତ ଏବେ ତାଙ୍କ ପୁଅ ସହ ସାଉଥ ଆଫ୍ରିକାରେ ରହିବେ ।