ଆସନ୍ତା ୨୯ରୁ ୩୧ ଯାଏଁ ମୋଦୀଙ୍କ ଇଟାଲୀ ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ଇଟାଲୀ ଗସ୍ତ କରିବେ। ଏହି ପରିପ୍ରେକ୍ଷୀରେ ୩୦ ଓ ୩୧ ତାରିଖରେ ଇଟାଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ସାମିଲ ହେବେ। ଇଟାଲୀ ପରେ ମୋଦୀ ୟୁକେ ଏବଂ ସ୍କୋଟଲାଣ୍ଡର ଗ୍ଲାସଗୋରେ ହେବାକୁ ଥିବା କପ୍ ୨୬ କ୍ଲାଇମେଟ ସମ୍ମିଳନୀରେ ସାମିଲ ହେବେ। ଏହି ସମୟରେ ୟୁକେ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ ବୋଲି ସୂଚନା ମିଳିଛି।