ସୋମବାର ପୁଣି ଏନସିବି ଅଫିସରେ ହାଜର ହେବେ ଅନନ୍ୟା

ମୁମ୍ବାଇ: ଡ୍ରଗ୍ସ ମାମଲାରେ ପଚରାଉଚୁରା ପାଇଁ ଫିଲ୍ମ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଆଜି ଦ୍ୱିତୀୟଥର ପାଇଁ ଏନସିବି ଅଫିସ ହଜାର ହୋଇଥିଲେ। ଆଜି ଅନନ୍ୟା ପାଖାପାଖି ୪ ଘଣ୍ଟା କାଳ ଏନସିବି ପ୍ରଶ୍ନର ସମ୍ମୁଖୀନ ହୋଇଥିଲେ। ଅନନ୍ୟାକୁ ପୁଣିଥରେ ସୋମବାର ଏନସିବି ଅଫିସରେ ହାଜର ହେବା ପାଇଁ ସମନ କରାଯାଇଛି। ଜେରା ସମୟରେ ଅନନ୍ୟା ଡ୍ରଗ୍ସ ସେବନ ଓ ଯୋଗାଣ କରିବା କଥାକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଥିବା ଜଣାପଡ଼ିଛି।