ମୋଦୀ କୋଭିଡ୍ ଠାରୁ ଦେଶକୁ ବଞ୍ଚାଇଛନ୍ତି: ନଡ୍ଡା

ପାଟନା,ଏଜେନ୍ସି: ବିହାର ଦରଭଙ୍ଗାରେ ଗୁରୁବାର ଆୟୋଜିତ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିବା ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆମେରିକାରେ କୋଭିଡ୍ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ସେ କହିଛନ୍ତି ଯେ, କୋଭିଡ୍ ସ୍ଥିତିକୁ ଟ୍ରମ୍ପ ନିୟନ୍ତ୍ରଣ କରିପାରିଲେନି। ହେଲେ ମୋଦୀ ୧୩୦କୋଟି ଜନସଂଖ୍ୟା ବିଶିଷ୍ଟ ଭାରତରୁ କୋଭିଡଠାରୁ ବଞ୍ଚାଇନେଇଛନ୍ତି। ଅନ୍ୟପଟେ ଆୟୋଜିତ ନିର୍ବାଚନ ସଭାରେ ଆର୍ଜେଡି ନେତା ତେଜସ୍ୱୀ ଯାଦବଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି। କୋଭିଡ୍ ସମୟରେ ତେଜସ୍ୱୀ ବିହାର ଛାଡ଼ି ଦିଲ୍ଲୀ ପଳାୟନ କରିଥିଲେ। ଏପରିକି ବିଧାନସଭାର ବଜେଟ୍ ଅଧିବେଶନରେ ମଧ୍ୟ ସେ ଉପସ୍ଥିତ ରହୁନଥିଲେ। ହେଲେ ଆଜି ନିର୍ବାଚନ ସମୟରେ ବିରୋଧୀ ଦଳ ନେତା ସାଜିଛନ୍ତି ବୋଲି କହି ନଡ୍ଡା ତେଜସ୍ୱୀଙ୍କୁ ଟାର୍ଗେଟ କରିଛନ୍ତି।