ଆଣ୍ଡାମାନ ଓ ନିକୋବରର ୨୧ ବଡ଼ ଦ୍ୱୀପର ନାମକରଣ କଲେ ମୋଦୀ

ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଣ୍ଡାମାନ ଓ ନିକୋବରର ୨୧ ବଡ଼ ଦ୍ୱୀପର ନାମକରଣ କରିଛନ୍ତି । ଏହି ଦ୍ୱୀପକୁ ପରମବୀର ଚକ୍ର ବିଜେତା ନାମରେ ଜଣାଯିବ । ଏହି ଅବସରରେ ମୋଦୀ ଭିଡିଓ କନଫ୍ରେନ୍ସିଂ ଜରିଆରେ ସାମିଲ ହୋଇଛନ୍ତି । ଏହି ସମାରୋହରେ ଭାଗ ନେବା ପାଇଁ ଗୃହମନ୍ତ୍ରୀ ଅମିତ ଶାହ ପୋର୍ଟବ୍ଲେୟର ପହଞ୍ଚିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଅନଲାଇନ ଏହାର ଉଦଘାଟନ କରିବା ପରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ମୋଦୀ କହିଛନ୍ତି ଯେ, ଆଜିର ଏହି ଦିନକୁ ସ୍ୱାଧୀନତାର ଅମୃତ କାଳର ଏକ ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟ ରୂପେ ଆଗାମୀ ପୀଢ଼ୀ ମନେ ରଖିବ । ଆଗାମୀ ପୀଢ଼ୀ ପାଇଁ ଏହି ଦ୍ୱୀପ ଏକ ଚିରନ୍ତର ପ୍ରେରଣାର ସ୍ଥଳ । ମୁଁ ସଭିଙ୍କୁ ଏଥିପାଇଁ ଶୁଭକାମନା ଜଣାଉଛି ।