ଜିଲ୍ଲାସ୍ତରୀୟ ସଟଫୁଟରେ ପ୍ରଥମ ହେଲେ ଘୁନସର କଲେଜ ଛାତ୍ରୀ କ୍ଷିତୀସୁଧା

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଘୁନସର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀ କ୍ଷିତିସୁଧା ଭୋଇ ସଟଫୁଟ ଫିଙ୍ଗା ପ୍ରତିଯୋଗିତାରେ ଜିଲ୍ଲାସ୍ତରରେ ପ୍ରଥମ ହୋଇଛନ୍ତି । ଓଡ଼ିଶାରେ ହକି ପୁରୁଷ ବିଶ୍ୱକପ ପ୍ରତିଯୋଗିତା ହେବା ପରିପ୍ରେକ୍ଷୀରେ ବଲାଙ୍ଗୀରର ଗାନ୍ଧୀ ଷ୍ଟାଡିୟମରେ ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ହୋଇଥିବା କ୍ରୀଡ଼ା ପ୍ରତିଯୋଗିତାର ସଟଫୁଟ ପ୍ରତିଯୋଗିତାରେ କ୍ଷିତିସୁଧା ଅଂଶଗ୍ରହଣ କରିଥିଲେ । କ୍ଷିତିସୁଧାଙ୍କ କୃତିତ୍ୱରେ କଲେଜ ଅଧ୍ୟକ୍ଷ ଶୁଭେନ୍ଦୁ ବିକାଶ କୁମ୍ଭାରଙ୍କ ସମେତ ଅଧ୍ୟାପକବୃନ୍ଦ, ପରିଚାଳନା ସମିତି ଓ ଛାତ୍ରଛାତ୍ରୀ ଖୁସି ଜାହିର କରିବା ସହ କ୍ରୀଡ଼ା କ୍ଷେତ୍ରରେ କ୍ଷିତିସୁଧାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ସରକାର ଓ ପ୍ରଶାସନ ଉପଯୁକ୍ତ ଦୃଷ୍ଟି ସହ ପ୍ରୋତ୍ସାହନ ପ୍ରଦାନ କଲେ ଅଞ୍ଚଳର ବହୁ ଲୁକ୍କାୟିତ ପ୍ରତିଭାଙ୍କ କ୍ରୀଡ଼ା କ୍ଷେତ୍ରରେ ବିକାଶ ଘଟିପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।