ଜେଲନସ୍କୀଙ୍କୁ ଭେଟିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୭ ଶିଖର ସମ୍ମିଳନୀରେ ୟୁକ୍ରେନ ରାଷ୍ଟ୍ରପତି ବ୍ଲାଦମିର ଜେଲନସ୍କୀଙ୍କୁ ଭେଟିଛନ୍ତି । ଏହି ସମୟରେ ଉଭୟ ନେତାଙ୍କ ମଧ୍ୟରେ କିଛି ଗୁରୁତ୍ୱତ୍ତ୍ୱପୂର୍ଣ୍ଣ ବିଷୟକୁ ନେଇ ଆଲୋଚନା ହୋଇଛି । ଏନେଇ ମୋଦୀ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି ।

ଜେଲନସ୍କୀଙ୍କୁ ଭେଟିବା ସମୟରେ ମୋଦୀ କହିଛନ୍ତି ଯେ, ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ପ୍ରସଙ୍ଗ । ଏହାର ପ୍ରଭାବ ସମଗ୍ର ବିଶ୍ୱ ଉପରେ ପଡ଼ିଛି । ମୁଁ ଏହାକୁ ରାଜନୈତିକ ନୁହେଁ ବରଂ ମାନବୀୟ ପ୍ରସଙ୍ଗ ଭାବୁଛି । ଏହାର ସମାଧାନ ପାଇଁ ଆମ ଦ୍ୱାରା ଯାହା ହୋଇପାରିବ ଆମେ କରିବୁ ।