ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଚଳିତ ବର୍ଷ ଆବଶ୍ୟକ ହେଲେ +୨ ସିଟ୍ ସଂଖ୍ୟା ବଢ଼ିବ । ଏନେଇ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି ।
ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ମେଟ୍ରିକ ପରୀକ୍ଷା ଆଉ ପୁରୁଣା ଢାଞ୍ଚାରେ ହେବନି । କୋଭିଡ ଢାଞ୍ଚା ବଦଳିବା ସହ ଚଳିତ ବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ । ଏବର୍ଷ ରେକର୍ଡ ସଂଖ୍ୟକ ପିଲା ପାସ୍ କରିଥିବାରୁ ଚିନ୍ତା ବଢ଼ିଛି । ସେଥିପାଇଁ ସବୁ ପିଲା +୨ ସିଟ୍ ନପାଇବା ନେଇ ସନ୍ଦେହ ସୃଷ୍ଟି ହୋଇଛି ।