ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନର ହିରୋସିମାରେ କ୍ୱାଡ ଦେଶର ରାଷ୍ଟ୍ରଧ୍ୟକ୍ଷଙ୍କ ସହ ବୈଠକ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମୋଦୀ କହିଛନ୍ତି ଯେ, ୨୦୨୪ରେ କ୍ୱାଡ ଦେଶର ଶିଖର ସମ୍ମିଳନୀରେ ନେତୃତ୍ୱ ନେବାକୁ ନେଇ ଆମେ ଖୁସି ଅନୁଭବ କରୁଛୁ । କ୍ୱାଡ ସମୂହ ଇଣ୍ଡୋ-ପେସିଫିକରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ସୁନିଶ୍ଚିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ମଞ୍ଚ । ଇଣ୍ଡୋ-ପେସିଫିକି ବ୍ୟାପାର, ଅଭିନବୀକରଣ ଓ ବିକାଶର ଇଞ୍ଜିନ ହୋଇଥିବା ନେଇ କୌଣସି ସନ୍ଦେହ ନାହିଁ । ଇଣ୍ଡୋ-ପେସିଫିକ ସୁରକ୍ଷା ଓ ସଫଳତା କେବଳ ଏହି କ୍ଷେତ୍ର ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ନେଇ ଆମେ ଏକମତ । ରଚନାତ୍ମକ ଏଜେଣ୍ଡା ସହ ସହଭାଗିତା ଲୋକତାନ୍ତ୍ରିକ ମୂଲ୍ୟ ଆଧାରରେ ଆମେ ଆଗକୁ ବଢ଼ୁଛୁ ।