‘ଆତ୍ମନିର୍ଭର ଭାରତ’ ଆପ୍ ଲଞ୍ଚ୍ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ଚୀନ୍ ସହ ସୀମା ବିବାଦ ପରିପ୍ରେକ୍ଷୀରେ ଭାରତର ସୁରକ୍ଷା ଏବଂ ସମ୍ମାନକୁ ଦୃଷ୍ଟିରେ ରଖି କିଛିଦିନ ତଳେ ଦେଶରେ ଟିକଟକ୍ ସମେତ ୫୯ଟି ଚାଇନିଜ୍ ଆପକୁ ବ୍ୟାନ୍ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶନିବାର ମୋଦୀ ଷ୍ଟାର୍ଟଅପ୍ ଏବଂ ପ୍ରଦ୍ୟୋଗିକ କମ୍ପାନୀଗୁଡ଼ିକର ସୁବିଧା ପାଇଁ ‘ଆତ୍ମନିର୍ଭର ଭାରତ’ ଆପ୍ ଇନୋଭେସନ୍ ଚ୍ୟାଲେଞ୍ଚ୍ ଲଞ୍ଚ କରିଛନ୍ତି। ସୋସିଆଲ୍ ନେଟୱର୍କିଂ ୱେବସାଇଟ୍ ‘ଲିଙ୍କଡଇନ୍’ରେ ପୋଷ୍ଟ କରିଥିବା ଏକ ଲେଖାକୁ ଟ୍ୱିଟରରେ ସେୟାର କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି ଯେ, ଆଜି ବିଶ୍ୱସ୍ତରୀୟ ମେଡ ଇନ ଇଣ୍ଡିଆ ଆପ୍ ତିଆରି କରିବା ପାଇଁ ଷ୍ଟାର୍ଟଅପ୍ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ସାହ ବଢିଛି।

ସେମାନଙ୍କ ବିଚାରକୁ କାମରେ ପରିଣତ କରିବା ଉଦ୍ଦେଶ୍ୟରେ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରାଳୟ ପକ୍ଷରୁ ‘ଆତ୍ମନିର୍ଭର ଭାରତ’ ଆପ୍ ଇନୋଭେସନ୍ ଚ୍ୟାଲେଞ୍ଚ୍ ଲଞ୍ଚ କରାଯାଉଛି। ଆମ ଯୁବକମାନେ ଫେସବୁକ୍, ଟ୍ୱିଟର ଏବଂ ଟିକଟକ୍ ଭଳି ଆପ ତିଆରି କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।