ଶ୍ରୀନଗର,ଏଜେନ୍ସି: ଜମ୍ମୁ କଶ୍ମୀରର କୁଳଗ୍ରାମଠାରେ ଘଟିଥିବା ଏନ୍କାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିରେ ତିନିଜଣ ସୁରକ୍ଷାକର୍ମୀ ସାମାନ୍ୟ ଆହତ ହୋଇଛନ୍ତି। କୁଳଗ୍ରାମ ଜିଲ୍ଲାର ଆରାହ ଅଞ୍ଚଳରେ ଏକ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଅନ୍ୟ ଜଣେ ଆତଙ୍କବାଦୀକୁ ତା’ଘରେ ଏନ୍କାଉଣ୍ଟର କରାଯାଇଥିଲା।
ଦ୍ୱିତୀୟ ଆତଙ୍କବାଦୀ ତା’ଘରେ ଥିବା ସମୟରେ ତାକୁ ଆତ୍ମସମର୍ପଣ ପାଇଁ କୁହାଯାଇଥିଲା। ପରିବାର ଲୋକଙ୍କ କହିବା ସତ୍ତ୍ବେ ସେ ଆତ୍ମସମର୍ପଣ ପାଇଁ ରାଜି ହୋଇନଥିଲା। ଫଳରେ ତାକୁ ଏନ୍କାଉଣ୍ଟର କରିବାକୁ ପଡ଼ିଥିଲା ବୋଲି ଜମ୍ମୁ କଶ୍ମୀର ପୁଲିସ ଆଇଜି ସୂଚନା ଦେଇଛନ୍ତି।