ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପାଇଁ ମୋଦୀ ସରକାର ଏକ ବିଶେଷ ଯୋଜନା ପ୍ରସ୍ତୁତ କରିଛନ୍ତି। ଜମ୍ମୁ-କଶ୍ମୀର ପ୍ରଶାସନ ସହ ମିଶି କେନ୍ଦ୍ରୀୟ ସହରୀ ବିକାଶ ମନ୍ତ୍ରଣାଳୟ ଏହି ଯୋଜନାର ଅନ୍ତିମ ପର୍ଯ୍ୟାୟରେ ପହଂଚି ସାରିଲେଣି। କେନ୍ଦ୍ର ସରକାରଙ୍କ ତରଫରୁ ଜମ୍ମୁ-କଶ୍ମୀରକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ଯୋଜନା ଖୁବଶୀଘ୍ର ଘୋଷଣା କରାଯିବ।
ସୂତ୍ରରୁ ଜଣାପଡ଼ିଛି କି, ମୋଦୀ ସରକାରଙ୍କ ଏହି ଯୋଜନାରେ ନୂତନ ଶ୍ରୀନଗର ନିର୍ମାଣକୁ ନେଇ ରୂପରେଖ ପ୍ରସ୍ତୁତ କରାଯାଇଛି। କଶ୍ମୀରର ଆର୍କିଟେକ୍ଟକୁ ଧ୍ୟାନରେ ରଖି ନୂତନ ଶ୍ରୀନଗରର ରୂପରେଖ ନିର୍ମାଣ କରାଯିବ। ନୂତନ ଜମ୍ମୁ ଓ ଡଲ ହ୍ରଦକୁ ନେଇ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି। ଅତ୍ୟାଧୁନିକ ଜ୍ଞାନକୌଶଳ ଓ ପରିବେଶର ଉଚ୍ଚ ମାନକକୁ ଧ୍ୟାନରେ ରଖି ହାଇଟେକ ଶ୍ରୀନଗର ଓ ଜମ୍ମୁ ପ୍ରସ୍ତୁତ କରାଯିବ। ଜମ୍ମୁ-କଶ୍ମୀରରେ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାକୁ ନେଇ ମଧ୍ୟ କାମ ଆରମ୍ଭ ହୋଇଯାଇଛି। ଏଥିସହିତ ରାଜ୍ୟରେ ଆଇଆଇଟି ଜମ୍ମୁର କ୍ୟାମ୍ପସ ଆରମ୍ଭ ହୋଇଛି।
ଗୃହ ମନ୍ତ୍ରଣାଳୟ କହିଛନ୍ତି କି, ବର୍ଷକ ମଧ୍ୟରେ ଜମ୍ମୁ-କଶ୍ମୀରରେ ଏମିତି ଅନେକ କାମ କରାଯାଇଛି ଯଦ୍ୱାରା ସେଠାକାର ଜନତାଙ୍କୁ ଲାଭ ମିଳିବ। ଜମ୍ମୁ-କଶ୍ମୀରରେ ପୂର୍ବରୁ ପାକିସ୍ତାନରୁ ଆସିଥିବା ଶରଣାର୍ଥୀ, ଗୋରଖା, ସଫେଇ କର୍ମଚାରୀ, ରାଜ୍ୟ ବାହାରେ ବିବାହ କରୁଥିବା ମହିଳା, ସରକାରୀ ଚାକିରି ଓ ସମ୍ପତ୍ତିଗତ ଅଧିକାରକୁ ନେଇ ହେଉଥିବା ଭେଦଭାବ ଏବେ ସମ୍ପୂର୍ଣ୍ଣ ରୂପେ ଶେଷ ହୋଇଛି।