ଓଡ଼ିଶା-ମୋ ପରିବାର ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ସଦର ମହକୁମାର ସ୍ଥାନୀୟ ପ୍ୟାଲେସ ଲାଇନଠାରେ ଥିବା ମୀନା ଟେଣ୍ଟହାଉସରେ ବିଜେଡି ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମନ୍ତ୍ରୀ ଟୁକୁନୀ ସାହୁ ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ଅରୁପ ପଟ୍ଟନାୟକ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। କରୋନା ଯୋଗୁ ରାଜ୍ୟରେ ଥିବା ବ୍ଲଡବ୍ୟାଙ୍କମାନଙ୍କରେ ରକ୍ତର ଘୋର ଅଭାବ ଦେଖାଦେଉଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଜେଡି ତରଫରୁ ଏହି ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ରକ୍ତଦାନ କରିବା ସହିତ ବୃକ୍ଷରୋପଣ କରିବା ମଧ୍ୟ ଆମର ଦାୟିତ୍ୱ ବୋଲି ଉପସ୍ଥିତ ଥିବା ଅତିଥିବୃନ୍ଦ ମତପୋଷଣ କରିଥିଲେ। ତିନି ଦିନ ଧରି ହେବାକୁ ଥିବା କାର୍ଯ୍ୟକ୍ରମରେ ପ୍ରତିଦିନ ୫୦ ୟୁନିଟ ରକ୍ତ ସଂଗ୍ରହ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ସାଗର ସଙ୍ଗମ ଶତପଥୀ କହିଛନ୍ତି । ଏଥିରେ ଅଶୋକ ମହାନ୍ତି, ଲକ୍ଷ୍ମଣ କୁମାର ମେହେର, ସଞ୍ଜିବ ମିଶ୍ର, ଭଗବାନ ବଗର୍ତ୍ତୀ, କୈଲାସ ମହାନ୍ତି, ଯୁବ ବିଜେଡି ସଭାପତି ଲୋଟସ ଷଡ଼ଙ୍ଗୀ ଓ ଜିଲ୍ଲା ଆଇଟି ସେଲ ଅଧ୍ୟକ୍ଷ ବିଭୂତି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।