ନୂଆଦିଲ୍ଲୀ: ସେନା ମୁଖ୍ୟ ଜେନେରାଲ ଏମଏମ ନରବାଣେ ଜମ୍ମୁ-କଶ୍ମୀର ଗସ୍ତ କରିଛନ୍ତି। ଏହି ସମୟରେ ନରବାଣେଙ୍କୁ ସୁରକ୍ଷା ସ୍ଥିତି ଓ ଅପରେସନ ସମ୍ବନ୍ଧୀୟ ପ୍ରସ୍ତୁତି ସମ୍ବନ୍ଧରେ ସୂଚନା ଦିଆଯିବ। ନରବାଣେ ଅଗ୍ରିମ କ୍ଷେତ୍ର ପରିଦର୍ଶନ କରିବା ସହ ସୈନିକ ଓ କମାଣ୍ଡରଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ଗତ ୨୦ ଦିନ ହେବ ପୁଁଛରେ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ଚାଲିଥିବା ସମୟରେ ସେନା ମୁଖ୍ୟ ନରବାଣେ ଜମ୍ମୁ-କଶ୍ମୀର ଗସ୍ତ କରୁଛନ୍ତି। ଅକ୍ଟୋବର ୧୮ ତାରିଖରେ ମଧ୍ୟ ନରବାଣେ ଜମ୍ମୁ-କଶ୍ମୀର ଗସ୍ତ କରିଥିଲେ।