ନୂଆଦିଲ୍ଲୀ: ମୋଦୀ କ୍ୟାବିନେଟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସରକାରୀ କ୍ଷେତ୍ରରେ ଖାଦ୍ୟ ଭଣ୍ଡାର କ୍ଷମତାକୁ ବଢ଼ାଇବା ପାଇଁ ୧ଲକ୍ଷ କୋଟି ଟଙ୍କାର ଯୋଜନାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ଆଜିର କ୍ୟାବିନେଟ ବୈଠକରେ ସରକାରୀ କ୍ଷେତ୍ରରେ ବିଶ୍ୱର ସବୁଠୁ ବଡ଼ ଅନ୍ନ ଭଣ୍ଡାର ଯୋଜନାକୁ ଅନୁମତି ଅନୁମୋଦନ ଉପରେ ନିର୍ଣ୍ଣୟ ନିଆଯାଇଛି ।
ଅନୁରାଗ ଠାକୁର ଆହୁରି କହିଛନ୍ତି ଯେ, ସରକାରୀ କ୍ଷେତ୍ରରେ ଖାଦ୍ୟ ଭଣ୍ଡାର କ୍ଷମତା ୭୦୦ ଲକ୍ଷ ଟନ୍ ବଢ଼ାଇବା ପାଇଁ ୧ ଲକ୍ଷ କୋଟି ଟଙ୍କାର ଯୋଜନାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଦେଶରେ ଏବେ ଖାଦ୍ୟ ଭଣ୍ଡାର କ୍ଷମତା ପାଖାପାଖି ୧୪୫୦ ଲକ୍ଷ ଟନ୍ ରହିଛି । ଆଗାମୀ ୫ ବର୍ଷରେ ଭଣ୍ଡାର କ୍ଷମତା ବଢ଼ି ୨,୧୫୦ ଲକ୍ଷ ଟନ୍ ହେଇଯିବ । ଏହି କ୍ଷମତା ସରକାରୀ କ୍ଷେତ୍ରରେ ବଢ଼ିବ । ପ୍ରଧାନମନ୍ତ୍ରୀଙ୍କ ଅନୁରୂପ ସରକାରୀ ସମିତିକୁ ଗତିଶୀଳ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ପ୍ରତ୍ୟେକ ବ୍ଲକରେ ୨ ହଜାର ଟନ୍ ଭଣ୍ଡାର କ୍ଷମତାର ଗୋଦାମ ପ୍ରସ୍ତୁତ କରାଯିବ ।