ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ସହ ମୋଦୀଙ୍କ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ ସୁକ ୟେଔଲଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଏନେଇ ମୋଦୀ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି । ଏହି ସମୟରେ ଉଭୟ ନେତା ବ୍ୟାପାର ଓ ନିବେଶ, ସୂଚନା ପ୍ରାଦ୍ୟୋଗିକ ହାର୍ଡୱେର ନିର୍ମାଣ ଓ ପ୍ରତିରକ୍ଷା ଭଳି କ୍ଷେତ୍ର ସମ୍ପର୍କରେ ଆଲୋଚନା କରିଥିଲେ । ଉଭୟ ନେତା ଭାରତର ଜି-୨୦ ଅଧ୍ୟକ୍ଷତା ତଥା ଦକ୍ଷିଣ କୋରିଆର ହିନ୍ଦ-ପ୍ରଶାନ୍ତ ରଣନୀତି ଉପରେ ମଧ୍ୟ ଚର୍ଚ୍ଚା କରିଥିଲେ ।