ସବୁ ଘରେ ଟିକା, ଘରେ-ଘରେ ଟିକା ଉପରେ ଧ୍ୟାନ ଦିଅନ୍ତୁ ଜିଲ୍ଲାଧିକାରୀ: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫ୍ରେନ୍ସିଂ ମାଧ୍ୟମରେ କରୋନା ଟିକାକରଣ ସମ୍ପୂର୍ଣ୍ଣ ହୋଇଥିବା କ୍ଷେତ୍ରର ଜିଲ୍ଲାଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ୧୦୦ ବର୍ଷର ଏହି ସବୁଠୁ ବଡ଼ ମହାମାରୀ ଯୋଗୁ ଦେଶ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି। ଏବେ ନିଜ ନିଜ ଜିଲ୍ଲାରେ ଟିକାକରଣକୁ ବଢ଼ାଇବା ପାଇଁ ନୂଆ ପଦ୍ଧତି ଆପଣାଇବା ସହ ଅନେକ କାମ କରିବାକୁ ପଡ଼ିବ। ନିଜ କ୍ଷେତ୍ର ହିସାବରେ ୨୦ରୁ ୨୫ ଲୋକଙ୍କ ଏକ ଟିମ୍ ବନାଇ ମଧ୍ୟ ଲକ୍ଷ୍ୟ ହାସଲ କରାଯାଇ ପାରିବ। ଆପଣ ପ୍ରସ୍ତୁତ କରିଥିବା ଟିମ୍ ଭିତରେ ମଧ୍ୟ ଏକ ସୁସ୍ଥ ପ୍ରତିଦ୍ୱନ୍ଦିତା କରି କାମ କରିପାରିବେ।

ମୋଦୀ ଆହୁରି କହିଛନ୍ତି ଯେ, ନିକଟରେ ମୁଁ ଭେଟିକନରେ ଫ୍ରାନ୍ସିସ ପୋପଙ୍କୁ ଭେଟିଥିଲି। ଭ୍ୟାକ୍ସିନକୁ ନେଇ ଧର୍ମଗୁରୁଙ୍କ ବାର୍ତ୍ତାକୁ ମଧ୍ୟ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଉପରେ ମଧ୍ୟ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଏବେ ପର୍ଯ୍ୟନ୍ତ ଲୋକଙ୍କୁ ଟିକାକରଣ କେନ୍ଦ୍ର ପର୍ଯ୍ୟନ୍ତ ପହଂଚାଇବା ଏବଂ ସେଠାରେ ସୁରକ୍ଷିତ ଭାବେ ଟିକାକରଣ କରାଇବାର ବ୍ୟବସ୍ଥା କରାଯାଇଥିଲା। ଏବେ ସବୁ ଘରେ ଟିକା, ଘରେ-ଘରେ ଟିକାକୁ ଧ୍ୟାନରେ ରଖି ପ୍ରତ୍ୟେକ ଘରେ ପହଂଚିବାକୁ ପଡ଼ିବ।