ସେନାର ଶକ୍ତି ବଢାଇବା ପାଇଁ ଆବଶ୍ୟକ ଏସ୍-୪୦୦ : ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ଭାରତ ଏକାସମୟରେ ପାକିସ୍ତାନ ଓ ଚୀନପଟୁ ଆକ୍ରମଣର ସମ୍ମୁଖୀନ ହେବା ଆଶଙ୍କା ସତପ୍ରମାଣିତ ହେବାରେ ଲାଗିଛି। ଗତକିଛି ସପ୍ତାହ ହେଲା ଚୀନ ସହ ଉତ୍ତେଜନା ଜାରି ରହିଥିବା ବେଳେ ପାକିସ୍ତାନ ପଟୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ହେଉଛି। ଏହାକୁ ଦୃଷ୍ଟିରେ ରଖି ଭାରତ ପାଇଁ ନିଜ ସେନାର ଶକ୍ତି ବଢାଇବା ଛଡ଼ା ଆଉ କିଛି ଉପାୟ ନାହିଁ। ବିଶେଷକରି ଏହି ଜରୁରୀ ପରିସ୍ଥିତିରେ ରୁଷ ନିର୍ମିତ ଏସ୍-୪୦୦ ଟ୍ରିୟମ୍ପ ଏୟାର ଡିଫେନ୍ସ ସିଷ୍ଟମର ଆବଶ୍ୟକତା ବଢିଯାଇଛି। କାରଣ ଲଦାଖରେ ଥିବା ଏଲଏସି ନିକଟରେ ଚୀନ ନିଜର ଏସ-୩୦୦କୁ ମୁତୟନ କରିଛି। ଏହାର ମୁକାବିଲା ଲାଗି ଭାରତ ନିଜର ଏସ-୪୦୦ ଚାହୁଁଛି। ଏଥପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଟେଲିଫୋନ ଆଲୋଚନା ସମୟରେ ଏସ-୪୦୦ ଯୋଗାଣ ପ୍ରସଙ୍ଗ ଉଠିଥିବା କୁହାଯାଉଛି। ଇକୋନୋମିକ୍ ଟାଇମ୍ସର ରିପୋର୍ଟ ଅନୁସାରେ ଏସ-୪୦୦ର ଯୋଗାଣକୁ ତ୍ୱରାନ୍ୱିତ କରିବାକୁ ମୋଦୀ ପୁଟିନଙ୍କୁ କହିଛନ୍ତି।