ଖୁବଶୀଘ୍ର ଭାରତରେ ମୋଡର୍ଣ୍ଣା ଭ୍ୟାକ୍ସିନ

ନୂଆଦିଲ୍ଲୀ: ମୋଡର୍ଣ୍ଣାର କୋରନା ଭ୍ୟାକ୍ସିନ ଖୁବଶୀଘ୍ର ଭାରତ ଆସିପାରେ। ଭାରତରେ ମୋଡର୍ଣ୍ଣା ଭ୍ୟାକ୍ସିନ ଆମଦାନୀ ପାଇଁ ଔଷଧ ନିର୍ମାତା କମ୍ପାନୀ ସିପଲା ଡିସିଜିଆଇ ନିକଟରେ ଆବେଦନ କରିଛି। ଭାରତୀୟ ବଜାର ପାଇଁ ମୋଡର୍ଣ୍ଣା ସିଙ୍ଗଲ ଡୋଜ୍ ଟିକା ଛାଡ଼ିବାକୁ ଚାହୁଁଛି। ଏଥିପାଇଁ ସିପଲା ଓ ଅନ୍ୟ କିଛି ଭାରତୀୟ କମ୍ପାନୀ ସହ ମୋଡର୍ଣ୍ଣା ଆଲୋଚନା କରିଛି। ମୋଡର୍ଣ୍ଣା ଭ୍ୟାକ୍ସିନକୁ ଡିସିଜିଆଇ ଯଥାଶୀଘ୍ର ଅନୁମତି ପ୍ରଦାନ କରିପାରେ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ୧୮ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଡବ୍ଲ୍ୟୁଏଚଓ ମୋଡର୍ଣ୍ଣା ଭ୍ୟାକ୍ସିନକୁ ଅନୁମତି ପ୍ରଦାନ କରିଛି। ମୋଡର୍ଣ୍ଣା ୯୪.୧ ପ୍ରତିଶତ ଫଳପ୍ରଦ ହେଉଥିବା ଡବ୍ଲ୍ୟୁଏଚଓ ପକ୍ଷରୁ ଆକଳନ କରାଯାଇଛି।