ଆଜି ଆଉ ୪୦ କରୋନା ରୋଗୀ ମୃତ : ସଂଖ୍ୟା ୩,୯୭୦କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି କରୋନା ଯୋଗୁ ଆଉ ୪୦ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୩,୯୭୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ପ୍ରାଣ ହରାଇଥିବା କରୋନା ରୋଗୀଙ୍କ ମଧ୍ୟରେ ଭୁବନେଶ୍ୱର, କଟକ ଓ ନୟାଗଡ଼ରୁ ୫ ଲେଖାଏଁ, ବରଗଡ଼ ଓ ପୁରୀରୁ ୪ ଲେଖାଏଁ, ଅନୁଗୁଳ ଓ ଗଞ୍ଜାମରୁ ୩ ଲେଖାଏଁ, କଳାହାଣ୍ଡି ଓ ଖୋର୍ଦ୍ଧାରୁ ୨ ଲେଖାଏଁ, ଭଦ୍ରକ, ଢେଙ୍କାନାଳ, ଯାଜପୁର, କୋରାପୁଟ, ନବରଙ୍ଗପୁର ଓ ସମ୍ବଲପୁରରୁ ଜଣେ ଲେଖାଏଁ ରହିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତ କରୋନା ବ୍ୟତୀତ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ।