୭ ସାଇବର ଲୁଟେରାଙ୍କୁ ଗିରଫ କଲା କମିଶନରେଟ ପୁଲିସ

ଭୁବନେଶ୍ୱର,ଏନ୍ଏନ୍ଏସ୍: କମିଶନରେଟ ପୁଲିସ ୭ଜଣ ସାଇବର ଲୁଟେରାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କଠାରୁ ୧୫୦ଟି ମୋବାଇଲ ଓ ୧୭ ହଜାର ସିମକାର୍ଡ ଜବତ କରିଥିବା ଜଣାପଡ଼ିଛି। ଅଭିଯୁକ୍ତମାନେ କଟକରେ ଅଫିସ କରି ସାଇବର ଅପରାଧ ଚଳାଇଥିଲେ। ପ୍ରି ଆକ୍ଟିଭେଟେଡ ସିମ୍ ଜରିଆରେ ଅପରାଧିକ କାର୍ଯ୍ୟ କରୁଥିଲେ। ଠକାମୀ କରିବା ପରେ ସିମଗୁଡ଼ିକୁ ନଷ୍ଟ କରି ଦେଉଥିଲେ। ଏନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗିରଫ ହୋଇଥିବା ୭ଜଣଙ୍କ ମଧ୍ୟରୁ ୫ଜଣ ସିମକାର୍ଡ ବିକ୍ରି କରୁଥିଲେ। ୨ଜଣ ଏକ ଘରୋଇ ଟେଲିକମ କମ୍ପାନୀରେ କାର୍ଯ୍ୟ କରୁଥିଲେ।