ବିଦ୍ୟାଳୟରେ ଦମକଳ ବାହିନୀର ମକଡ୍ରିଲ

ଖଜୁରୀପଡ଼ା,ଏନ୍‌ଏନ୍‌ଏସ୍‌: ଖଜୁରୀପଡ଼ା ସଦର ମହକୁମାସ୍ଥିତ ଅଗ୍ନିଶମ ବାହିନୀ ଆଜି ଅରାପାଜୁ ଗ୍ରାମପଞ୍ଚାୟତ ମୁଖ୍ୟାଳୟ ଭାଲିଆପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ମକଡ୍ରିଲ କରି ଛାତ୍ରଛାତ୍ରୀ, ଶିକ୍ଷକ, ବିଦ୍ୟାଳୟ କର୍ମଚାରୀ ଓ ଅଭିଭାବକଙ୍କୁ ସଚେତନତା କରିଛନ୍ତି । ଏହି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମବେଳେ ମୁଖ୍ୟତଃ ବିଦ୍ୟାଳୟରେ ରୋଷଇ ସମୟରେ ଗ୍ୟାସରେ ନିଆଁ ଲାଗିଲେ ଦମକଳ ବାହିନୀଙ୍କୁ ଯୋଗାଯୋଗ କରିବା, ଦମକଳ ବାହିନୀ ପହଞ୍ଚିବା ପୂର୍ବରୁ ନିଜକୁ ଏବଂ ଧନଜୀବନ କିଭଳି ରକ୍ଷା କରାଯିବ ସେନେଇ ସମସ୍ତଙ୍କୁ ଡେମୋ ଦେଖାଇ ସଚେତନ କରାଯାଇଥିଲା । ସେହିପରି ଦୁର୍ଘଟଣା, ଘରପୋଡ଼ି ଓ ବନ୍ୟା ବାତ୍ୟାଠାରୁ ଆରମ୍ଭ କରି ବିଭିନ୍ନ ଆପଦ ବିପଦ ବେଳେ କିଭଳି ଜରୁରୀ ସୁରକ୍ଷା ଆପଣାଇ ହେବ ସେସବୁର ମକଡ୍ରିଲ ଦେଖାଇଥିଲେ । ଆଗାମୀ ସମୟରେ ଆହୁରି କିଛି ବିଦ୍ୟାଳୟରେ ମଧ୍ୟ ମକଡ୍ରିଲ କରାଯାଇ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କୁ ସଚେତନତା କରାଯିବ ବୋଲି ଅଗ୍ନିଶମ ଅଧିକାରୀ ଭି. ଦିଲ୍ଲୀପ ରାଓ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ହାବିଲଦାର ଏସ. ପାତ୍ରଙ୍କ ସହ ବି ଡି ସାମଲ, ଆଗ୍ନୀକ ଟିମ ୱାଇ ସେଠୀ, ଏସ କେ ସାହୁ ଓ ଆର ଏନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।