ଭ୍ରାମ୍ୟମାଣ ପନିପରିବା ଯୋଗାଣ ରଥ ଶୁଭାରମ୍ଭ କଲେ ବିଡିଓ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କେରମେଲି ପଞ୍ଚାୟତ କରେଳଧୁଆପଡ଼ାରେ ଭ୍ରାମ୍ୟମାଣ ପନିପରିବା ଓ ତେଜରାତି ଯୋଗାଣ ରଥକୁ ସ୍ଥାନୀୟ ବିଡିଓ ଚନ୍ଦ୍ରମଣି ନାଗ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବିଏଲସି ସୁଧାଂଶୁ ବଚ୍ଛା ଓ ଉଦ୍ୟାନ ସଂପ୍ରସାରଣ ଅଧିକାରୀ ଦ୍ୱେବ୍ରତ ନାୟକଙ୍କ ସମେତ ସ୍ଥାନୀୟ ଏସଏଚଜି ମହିଳାମାନେ ଉପସ୍ଥିତ ଥିଲେ । ବଂଶୀତା ପ୍ରଡ୍ୟୁସର ଗ୍ରୁପ ଦ୍ୱାରା ପରିଚାଳିତ ଜିଲ୍ଲାସ୍ତରୀୟ ଉତ୍ପାଦନ ଗୋଷ୍ଠୀଙ୍କ ଦ୍ୱାରା ଏହା ପ୍ରସ୍ତୁତ କରାଯାଉଛି ।