ମୋବାଇଲ ଟାୱାର ଜାଳିଦେଲେ ନକ୍ସଲ

ମାଲକାନଗିରି,କୋରୁକୋଣ୍ଡା,ଏନ୍ଏନ୍ଏସ୍: ଛତିଶଗଡ଼ ରାଜ୍ୟ ଦାନ୍ତେୱାଡା ଜିଲ୍ଲାର ଏରାବୋରା ଗ୍ରାମରେ ନକ୍ସଲମାନେ ମୋବାଇଲ ଟାୱାର ଜାଳି ଦେଇଛନ୍ତି। ଗତକାଲି ରାତି ପ୍ରାୟ ୧୦ଟାରେ ଟାୱାରରେ ନିଆଁ ଜଳୁଥିବା ଦେଖିବାକୁ ମିଳିଥିଲା। ଏହି ଟାୱାରଟି ଜାତୀୟ ରାଜପଥରୁ ମାତ୍ର ୨୦୦ ମିଟର ଦୂରରେ ଥିଲେ ମଧ୍ୟ ନକ୍ସଲମାନେ ନିଆଁ ଲଗାଇ ଛତିଶଗଡ଼ ପୁଲିସକୁ ଏକ ପ୍ରକାଶ ଚ୍ୟାଲେଞ୍ଜ ଦେଇଥିବା କୁହାଯାଉଛି।