ଭୁବନେଶ୍ୱରରୁ ଭଦ୍ରକ ଆସୁଥିବା ବେଳେ ବିଧାୟକଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ

ଭଦ୍ରକ,ଏନ୍ଏନ୍ଏସ୍: ଦୁର୍ଘଟଣାଗ୍ରସ୍ତ ହେଲା ଭଦ୍ରକ ବିଧାୟକଙ୍କ ଗାଡି। ଦୁର୍ଘଟଣାରେ ବିଧାୟକ ସଞ୍ଜୀବ ମଲ୍ଲିକ ସୁରକ୍ଷିତ ଥିବା ସୂଚନା ମିଳିଛି। ଭୁବନେଶ୍ୱରରୁ ଭଦ୍ରକ ଆସିବା ବେଳେ ଦୁର୍ଘଟଣା ହୋଇଥିଲା। ଜାରକା ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା ଘଟିଛି।

ଗାଡି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ନିକଟସ୍ଥ ମେଡିକାଲରେ ସଞ୍ଜୀବ ମଲ୍ଲିକଙ୍କୁ ଫାଷ୍ଟ ଏଡ଼ ଦିଆଯାଇଛି। ତେବେ ହସ୍ପିଟାଲରେ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ ତାଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।