ଭିଜିଲାନ୍ସ ଜାଲରେ ଆଇପିଓ, ଏକାସାଙ୍ଗେ ୫ଟି ସ୍ଥାନରେ ରେଡ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭିଜିଲାନ୍ସ ଜାଲରେ ଆଇପିଓ ସୀତାରାମ ସାହୁ। ପୁରୀ ଜିଲ୍ଲା ଆଇପିଓ ସୀତାରାମ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଛି। ଏକାସାଙ୍ଗରେ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି।

ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ଜିଲ୍ଲା ଆଇପିଓ ସୀତାରାମ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଛି। ଭିଜିଲାନ୍ସ ପକ୍ଷରୁ ଏକାସାଙ୍ଗରେ ପୁରୀ, ଭୁବନେଶ୍ୱର, ନୟାଗଡ଼ର ୫ଟି ସ୍ଥାନରେ ଚଢଉ ହୋଇଛି। ଏହି ଚଢଉରେ ୪ ଜଣ ଡିଏସପି, ୫ ଜଣ ଇନସ୍ପେକ୍ଟରଙ୍କ ସହ ୮ ଜଣିଆ ଭିଜିଲାନ୍ସ ଟିମ୍‌ ସାମିଲ ଅଛନ୍ତି। ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ।