ଦେଓଗାଁ ସପ୍ତସି ଆଶ୍ରମକୁ ମନ୍ତ୍ରୀ ଟୁକୁନିଙ୍କ ପରିଦର୍ଶନ, ବିକାଶ ପାଇଁ ପ୍ରତିଶ୍ରୁତି

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ୍ ଟିକ୍ରାପଡା ସ୍ଥିତ ଦେଓଗାଁ ଗୁରୁକୁଳ ସପ୍ତସି ସେବାଶ୍ରମ ଦୟାନନ୍ଦ ବିହାରକୁ ଆଜି ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ ବିଧାୟିକା ଟୁକୁନି ସାହୁ ପରିଦର୍ଶନରେ ଯାଇଥିଲେ। ଏହି ପରିପ୍ରେକ୍ଷୀରେ ସେ ଆଶ୍ରମର ଛାତ୍ର ଓ କର୍ମଚାରୀ ମାନଙ୍କ ସହ ବିଭିନ୍ନ ଉନ୍ନତି ପାଇଁ ଆଲୋଚନା କରିଥିଲେ। ଆଶ୍ରମର ଅନେକ ସମସ୍ୟାକୁ ନେଇ ଆଶ୍ରମର ଅଧିଷ୍ଠାତା ପଣ୍ଡିତ ସହଦେବ ଶାସ୍ତ୍ରୀ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

ମନ୍ତ୍ରୀ ପରିଦର୍ଶନ ସମୟରେ ଆଶ୍ରମର ସଭାପତି କିଶୋର ଗୁପ୍ତା ଆଶ୍ରମର ବିକାଶ ଦିଗରେ ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଥିଲେ। ସେବାଶ୍ରମର ଉନ୍ନତି ସକାଶେ ସଦାସର୍ବଦା ଚେଷ୍ଟିତ ରହିବି ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଏହି ପରିଦର୍ଶନ ସମୟରେ ମନ୍ତ୍ରୀଙ୍କ ପ୍ରତିନିଧି ରାଜ କିଶୋର ଡାଙ୍ଗ, ଟୁକୁ ରାଜପଲିଆ, ବିଶ୍ଵନାଥ ସୁଆର, ଦିଲ୍ଲୀପ ରାଜପଲିଆ, ଗୌରଚନ୍ଦ୍ର ରାଜପଲିଆ ସମେତ ଆଶ୍ରମ କର୍ମଚାରୀମାନେ ଉପସ୍ଥିତ ଥିଲେ।