ତହସିଲ ପରିସରରେ ବୃକ୍ଷ ରୋପଣ କଲେ ବିଧାୟକ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ପରିସରରେ ପାଟଣା ବନାଞ୍ଚଳ ଓ ତହସିଲ ପକ୍ଷରୁ ମଙ୍ଗଳବାର ବୃକ୍ଷ ରୋପଣ କରାଯାଇଛି। ପାଟଣା ବିଧାୟକ ଜଗନ୍ନାଥ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଵୃକ୍ଷ ରୋପଣ କରିଥିଲେ। ସମ୍ମାନିତ ଅତିଥି ଭାବରେ ତହସିଲଦାର ତାପସ ରଞ୍ଜନ ଦେହୁରୀ ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ, ପାଟଣା ରେଞ୍ଜର ଟିକେଶ୍ୱର ମହାନ୍ତ, ଡେପୁଟି ରେଞ୍ଜର ଖଗେଶ୍ୱର ବାରିକ, ବ୍ଲକ ଅଧକ୍ଷ ବିଶ୍ୱନାଥ ନାଏକ, ପାଟଣା ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି, ସାମାଜିକ କର୍ମୀ ଅଜୟ ଦାଶ, ଯୁବ ନେତା ପ୍ରଶାନ୍ତ ଭଞ୍ଜ ଯୁବ ସମାଜସେବୀ ବିଜୟରତ୍ନ ପତି, ପାଟଣା ରାଜସ୍ୱ ନିରୀକ୍ଷକ ସତ୍ୟବ୍ରତ ସାହୁ, ଲିଙ୍ଗରାଜ ଦାଶ, ବନପାଳ ସନାତନ ମିଶ୍ର, ଫରେଷ୍ଟ ଗାର୍ଡ ତ୍ରିନାଥ ଜେନାଙ୍କ ସମେତ ତହସିଲ କର୍ମଚାରୀ ବୃକ୍ଷ ରୋପଣ କାର୍ଯ୍ୟରେ ସହଯୋଗ କରିଥିଲେ।