ନୂଆ ଥାନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବିଧାୟକ ରନ୍ଧାରୀ

ନବରଙ୍ଗପୁର,ଏନ୍ଏନ୍ଏସ୍‌: ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ମଇଦଲପୂର ଫାଣ୍ଡିକୁ ଥାନାରେ ପରିଣତ ପ୍ରସ୍ତାବକୁ ଅନୁମୋଦନ ମିଳିଥିବାରୁ ଡ଼ାବୁଗାଁ ବିଧାୟକ ମନୋହର ରନ୍ଧାରୀ ସ୍ଥାନୀୟ ଲୋକଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହାଦ୍ବାରା ସ୍ଥାନୀୟ ଲୋକ ମାନଙ୍କୁ ଆଉ ପାପଡ଼ାହାଣ୍ଡି ଥାନାକୁ ଅଭିଯୋଗ କରିବାକୁ ଯିବାକୁ ପଡ଼ିବନି। ମଇଦଲପୂର ସମେତ ୭ଟି ପଞ୍ଚାୟତର ଶତାଧିକ ଗ୍ରାମର ଲୋକଙ୍କ ପାଇଁ ଅଧିକ ତ୍ୱରିତ ଓ ଗୁଣାତ୍ମକ ସେବା ଯୋଗାଇବା କ୍ଷେତ୍ରରେ ମଇଦଳପୂର ଥାନା ସହାୟକ ହେବ ବୋଲି ବିଧାୟକ ଶ୍ରୀ ରନ୍ଧାରି ଆଶା ପୋଷଣ କରିଛନ୍ତି।