ବୃଦ୍ଧ ଅସହାୟଙ୍କୁ ଟ୍ରାଇସାଇକେଲ ପ୍ରଦାନ କଲେ ବିଧାୟକ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ବିଜୁ ପଟ୍ଟନାୟକ ସୋସିଆଲ ୱେଲଫେୟାର ଆସୋସିଏସନ୍ ପକ୍ଷରୁ ଭିକାରୀ ଦାସ ନାମକ ଜଣେ ବୃଦ୍ଧ ଅସହାୟ ବ୍ୟକ୍ତିଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଛି। ଅସୋସିଏସନର ସଭାପତି ତଥା ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି ଉକ୍ତ ଟ୍ରାଇସାଇକେଲଟିକୁ ପ୍ରଦାନ କରିଥିଲେ। ଜନସାଧାରଣଙ୍କ ସହ ସବୁ ପରିସ୍ଥିତିରେ ବିଜୁ ପଟ୍ଟନାୟକ ସୋସିଆଲ ୱେଲ ଫେୟାର ଆସୋସିଏସନ ଛିଡ଼ା ହୋଇଛି। ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ସହ ଜନ କଲ୍ୟାଣ ପାଇଁ ସର୍ବଦା କାର୍ଯ୍ୟ କରୁଛି ବୋଲି ବିଧାୟକ ଶ୍ରୀ ମହାନ୍ତି କହିଛନ୍ତି। ଏହି ସମୟରେ ସନ୍ଦୀପ ଅୱସ୍ଥି, ତାପସ ରାୟ ଚୌଧୁରୀ, କୋଷାଧ୍ୟକ୍ଷ ଅରୁଣ ଚଇନି, ଅର୍ଜୁନ ମୋର, ଇଫତେଖାର ଇମାମ, ଶଶୀଭୂଷଣ ତିୱାରୀ, ଦେବେନ୍ଦ୍ର ମହାପାତ୍ର, ଜାହୀଦ କୁରେସୀ, ସୌମ୍ୟରଞ୍ଜନ ବେହେରା, ନାରାୟଣ ଦତ୍ତ, ବିନୟ ପଟେଲ ଓ ଶିକ୍ଷକ ଜୀବନ ବୁଡ଼ା ପ୍ରମୁଖ ଉପସ୍ଥିତ ଥିଲେ।