ଗ୍ରାମ୍ୟ ପଞ୍ଚାୟତର ନୂତନ ସଭା ଗୃହ ଓ ମିଶନ ଶକ୍ତି ଗୃହ ଉଦଘାଟନ କଲେ ବିଧାୟକ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତର ନୂତନ ସଭାଗୃହ ସହିତ ମିଶନ ଶକ୍ତିର ନୂତନ ଗୃହକୁ ସୋମବାର ପାଟଣା ବିଧାୟକ ଜଗନ୍ନାଥ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାଏକ, ପାଟଣା ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ, ବିପିଏମ ମନୋରଞ୍ଜନ ମହାପାତ୍ର, କେନ୍ଦେଇପଶି ସରପଞ୍ଚ ଲକ୍ଷ୍ମୀଲିତା ମହାକୁଡ଼, ସମିତିସଭ୍ୟ ମିତ୍ରଭାନୁ ମହାନ୍ତ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶୋଭାଶ୍ରୀ ସେଠୀ, ପୂର୍ବତନ ସରପଞ୍ଚ ଲମ୍ବୋଦର ସିଂ, ଅବସର ପ୍ରାପ୍ତ ଶିକ୍ଷକ ଡ଼ମ୍ବରୁଧର ନାଏକ, କୈଳାସ ଚନ୍ଦ୍ର ବାରିକ, ବସୁ ସାମଲ ଯୋଗଦେଇଥିଲେ। ଶେଷରେ ସ୍ୱୟଂ ସହାୟକ ମହିଳା ମାନଙ୍କ ଦ୍ୱାରା ସଭା କରାଯାଇ ମହିଳାଙ୍କୁ ସ୍ୱବାଲମ୍ବୀ ହେବାକୁ ବିଧାୟକ ଉଦବୋଧନ ଦେଇଥିଲେ।