କୋଶଳୀ କ୍ଷୁଦ୍ର ଚଳଚ୍ଚିତ୍ର ‘କାନ୍ଦୁଛେ ରାଖୀ’ ଉନ୍ମୋଚିତ

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ ଘୁନସର ଅଞ୍ଚଳର ଅନେକ ଛୋଟ ବଡ଼ କଳାକାରକୁ ନେଇ କୋଶଳୀ କ୍ଷୁଦ୍ର ଚଳଚ୍ଚିତ୍ର ‘କାନ୍ଦୁଛେ ରାଖୀ’ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବେ ଘୁନସର ସରପଞ୍ଚଙ୍କ ପ୍ରତିନିଧି ସନ୍ତୋଷ ବେହେରା ଯୋଗଦେଇ ଥିବାବେଳେ ଲୋଇସିଂହା ବ୍ଲକ ବିଜେଡି ସଭାନେତ୍ରୀ ଜୋତ୍ସ୍ନାମୟୀ ନାଗ, ଘୁନସର ସମବାୟ ସମିତି ସମ୍ପାଦକ ମନୋଜ କୁମାର ସାହୁ, ସମାଜସେବୀ ରୁନ୍ଦ୍ରମଣି ସାହୁ, ଗୀତିକାର ହୀରାଧର ଗହୀର ଓ ସାମ୍ବାଦିକ ସୁନୀଲ ଗହୀର ପ୍ରମୁଖ ଉପସ୍ଥିତ ଥିଲେ। ସ୍ୱାଗତ କୁମାର ନାୟକଙ୍କ ପରିଚାଳନାରେ ଉଦୟ ଶଙ୍କର ବାଗ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପ୍ରଥମେ ଗାଁର ଇଷ୍ଟଦେବୀ ମା’ ଚଣ୍ଡୀଙ୍କୁ ପୂଜାର୍ଚ୍ଚନା କରାଯିବା ପରେ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା। ତେବେ କରୋନା ମହାମାରୀ ଯୋଗୁ ଅନେକ ଲୋକଙ୍କ ଜୀବନ ଜୀବିକା ଠପ ହୋଇ ପଡ଼ିଥିବା ଯୋଗୁ ଲୋକେ ଦାଦନ ଖଟିବା ପାଇଁ ବାଧ୍ୟ ହୋଇଥିଲେ। ଅନ୍ୟପଟେ କଳାକାର ପାଇଁ ପରିବାର ପୋଷଣ କରିବା କଷ୍ଟକର ହୋଇ ପଡ଼ିଥିଲା ତାହାକୁ ନେଇ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ଏହି କ୍ଷୁଦ୍ର ଚଳଚ୍ଚିତ୍ର ଆଜି ଶୁଭାରମ୍ଭ କରାଯାଇ ଥିବାବେଳେ ଦର୍ଶକଙ୍କ ମନକୁ ମଧ୍ୟ ଛୁଇଛି। ଅଜିତ କୁମାର ସାହୁଙ୍କ ପ୍ରଯୋଜନାରେ ଏହି ଫିଲ୍ମ ଆରମ୍ଭ ହୋଇଥିବାବେଳେ କାହାଣୀ ଓ ନିର୍ଦ୍ଦେଶକ ଭାବରେ ବୁଲୁ ବଗର୍ତ୍ତି ଦାୟିତ୍ୱ ତୁଲାଇଛନ୍ତି। ଏଥିରେ ସ୍ୱାଗତ କୁମାର ନାୟକ, ପଲ୍ଲବୀ ପ୍ରିୟଦର୍ଶନୀ ନାଗ, ସୁମନ ବେହେରା, ଉଦୟ ଶଙ୍କର ବାଗ, ବିଷ୍ଣୁ ଭୋଇ, ବସୁଦେବ ଭୋଇ, ସୁବିନ୍ଦ୍ର ନାୟକ, ରୋହିତ ଭୋଇ, ଅଜିତ ଓ ହିମାଂଶ ପ୍ରମୁଖ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ର ଅଜିତ କୁମାର ସାହୁ ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଉପଲବ୍ଧ ଥିବା ଶ୍ରୀ ସାହୁ ସୂଚନା ଦେଇଛନ୍ତି।