ବାଲିଗୁଡ଼ା,ଏନ୍ଏନ୍ଏସ୍: କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ବାଲିଗୁଡ଼ା ଦିନିକିଆ ଗସ୍ତରେ ଆସିଛନ୍ତି । ଏହି ଅବସରରେ ଶ୍ରୀ ରାଏ ସ୍ଥାନୀୟ ଗାୟତ୍ରୀ ମନ୍ଦିର ପରିସରରେ ଥିବା କଲ୍ୟାଣ ମଣ୍ଡପରେ ବିଜେପିର ସଂଚାଳନ ସମିତି ଓ କୋର କମିଟି ବୈଠକରେ ଯୋଗ ଦେଇଥିଲେ । ଏଥିରେ ସମସ୍ତ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଆସନ୍ତା ସାଧାରଣ ନିବାର୍ଚନ ଜିତିବାର କର୍ଣ୍ଣମନ୍ତ୍ର ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିହାଁର, କନ୍ଧମାଳ ଲୋକସଭା ପ୍ରଭାରୀ ନିରଞ୍ଜନ ମିଶ୍ର, ସଂଯୋଜକ ରମେଶ ମହାନ୍ତି, ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ପୂବର୍ତନ ବିଧାୟକ କେରନ୍ଦ୍ର ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପଦ୍ମ ଚରଣ ଦାସ, ସୁକାନ୍ତ ପାଣିଗ୍ରାହୀ ଓ ଜିଲ୍ଲା ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁଦେଇ ପ୍ରମୁଖ ମଞ୍ଚାସିନ ଥିଲେ । ଏହାସହ ବିଜେପିର କର୍ମକର୍ତ୍ତମାନେ ମଧ୍ୟ ଉପସ୍ଥିତ ଥିଲେ ।
ଏହି ଅବସରରେ ମନ୍ତ୍ରୀ ନିତ୍ୟାନନ୍ଦ ରାଏ କହିଛନ୍ତି ଯେ, ଗାଁଠୁ ଆରମ୍ଭ କରି ସମଗ୍ର ବିଶ୍ୱରେ ମୋଦୀ ଲହର ଚାଲିଛି ଏବଂ ମୋଦିଜୀଙ୍କ ଲୋକପ୍ରିୟତା ବଢ଼ିଛି । ଏହା ହେଉଛି ମୋଦୀ ସରକାରଙ୍କ କାମର ପ୍ରଭାବ ଏଣୁ ଏହାକୁ ଦେଖିଲେ ଆସନ୍ତା ୨୦୨୪ରେ ମଧ୍ୟ ଆମ ଦେଶରେ ବିଜେପି ପୁଣିଥରେ ସରକାର ଗଢ଼ିବ ବୋଲି ଆମେ ନିଶ୍ଚିତ ଅଛୁ । ଏହାସହ ରାଜ୍ୟରେ ମଧ୍ୟ ବିଜେପି ସରକାର ଗଢ଼ିବାକୁ ନେଇ ଆମ ଦଳ ତରଫରୁ ଆପ୍ରାଣ ଉଦ୍ୟମ କରାଯାଉଛି ।