ମେଘା ଜଳ ସେଚନ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ ଧନ୍ୟବାଦ ଜଣାଇଲେ ବିଧାୟକ ଓ ବିଜେଡି କର୍ମକର୍ତ୍ତା

ନବରଙ୍ଗପୁର,ଏନ୍‌ଏନ୍‌ଏସ: ନବରଙ୍ଗପୁର ଜିଲ୍ଲାର ଦୀର୍ଘ ଦିନର ଦାବୀ ମେଘା ଜଳସେଚନ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ ମିଳିବା ପରେ ଜିଲ୍ଲାର ବିଧାୟକ ସଦାଶିବ ପ୍ରଧାନୀ ଓ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ବିଜେଡି କର୍ମକର୍ତ୍ତା ଓ ଜିଲ୍ଲାବାସୀ ମଧ୍ୟ ଧନ୍ୟବାଦ ଜଣାଇଥିବା ଜଣାପଡ଼ିଛି । ସେଥିପାଇଁ ପ୍ରାୟ ୪୦୦ କୋଟିର ବ୍ୟୟ ଅଟକଳରେ ଜଳସେଚନ ପ୍ରକଳ୍ପ ହେବାକୁ ଯାଉଛି । ଏଥିରେ ୯,୭୦୨ ହେକ୍ଟରରୁ ଊର୍‌ଦ୍ଧ୍ୱ ଚାଷ ଜମିକୁ ଜଳସେଚନ ସୁବିଧା ମିଳିବ ଏବଂ ଜିଲ୍ଲାର ତେନ୍ତୁଳିଖୁଣ୍ଟି, ନନ୍ଦହାଣ୍ଡି ଓ ନବରଙ୍ଗପୁର ବ୍ଲକର ଚାଷୀ ଉପକୃତ ହେବେ ।

ସେହିପରିି ଇନ୍ଦ୍ରାବତୀ ଡ୍ୟାମ ଦ୍ୱାରା ୩ଟି ବ୍ଲକର କ୍ଷେତ ସବୁଜମୟ ହେବ । ଏହାର କାର୍ଯ୍ୟ ୩ ବର୍ଷ ମଧ୍ୟରେ ଶେଷ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି ବୋଲି ବିଧାୟକ ସୂଚନା ଦେଇଛନ୍ତି । କୋରାପୁଟ ଜୋନ ଯୁବ ବିଜେଡି ସଭାପତି ତାପସ ତ୍ରିପାଠୀ, ବିଜେଡି ନେତା ରବିନାରାୟଣ ପଟ୍ଟନାୟକ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ମଞ୍ଜୁଳା ମାଝୀ, ନଗର ବିଜେଡି ସଭାପତି ପ୍ରମୋଦ ରଥ, ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ୩ଟି ବ୍ଲକର ସଭାପତି ପ୍ରମୁଖ ଉପସ୍ଥିତ ଥିଲେ ।