Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ମେଘା ଜଳ ସେଚନ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ ଧନ୍ୟବାଦ ଜଣାଇଲେ ବିଧାୟକ ଓ ବିଜେଡି କର୍ମକର୍ତ୍ତା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ମେଘା ଜଳ ସେଚନ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ ଧନ୍ୟବାଦ ଜଣାଇଲେ ବିଧାୟକ ଓ ବିଜେଡି କର୍ମକର୍ତ୍ତା

ନବରଙ୍ଗପୁର,ଏନ୍‌ଏନ୍‌ଏସ: ନବରଙ୍ଗପୁର ଜିଲ୍ଲାର ଦୀର୍ଘ ଦିନର ଦାବୀ ମେଘା ଜଳସେଚନ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ ମିଳିବା ପରେ ଜିଲ୍ଲାର ବିଧାୟକ ସଦାଶିବ ପ୍ରଧାନୀ ଓ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ବିଜେଡି କର୍ମକର୍ତ୍ତା ଓ ଜିଲ୍ଲାବାସୀ ମଧ୍ୟ ଧନ୍ୟବାଦ ଜଣାଇଥିବା ଜଣାପଡ଼ିଛି । ସେଥିପାଇଁ ପ୍ରାୟ ୪୦୦ କୋଟିର ବ୍ୟୟ ଅଟକଳରେ ଜଳସେଚନ ପ୍ରକଳ୍ପ ହେବାକୁ ଯାଉଛି । ଏଥିରେ ୯,୭୦୨ ହେକ୍ଟରରୁ ଊର୍‌ଦ୍ଧ୍ୱ ଚାଷ ଜମିକୁ ଜଳସେଚନ ସୁବିଧା ମିଳିବ ଏବଂ ଜିଲ୍ଲାର ତେନ୍ତୁଳିଖୁଣ୍ଟି, ନନ୍ଦହାଣ୍ଡି ଓ ନବରଙ୍ଗପୁର ବ୍ଲକର ଚାଷୀ ଉପକୃତ ହେବେ ।

ସେହିପରିି ଇନ୍ଦ୍ରାବତୀ ଡ୍ୟାମ ଦ୍ୱାରା ୩ଟି ବ୍ଲକର କ୍ଷେତ ସବୁଜମୟ ହେବ । ଏହାର କାର୍ଯ୍ୟ ୩ ବର୍ଷ ମଧ୍ୟରେ ଶେଷ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି ବୋଲି ବିଧାୟକ ସୂଚନା ଦେଇଛନ୍ତି । କୋରାପୁଟ ଜୋନ ଯୁବ ବିଜେଡି ସଭାପତି ତାପସ ତ୍ରିପାଠୀ, ବିଜେଡି ନେତା ରବିନାରାୟଣ ପଟ୍ଟନାୟକ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ମଞ୍ଜୁଳା ମାଝୀ, ନଗର ବିଜେଡି ସଭାପତି ପ୍ରମୋଦ ରଥ, ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ୩ଟି ବ୍ଲକର ସଭାପତି ପ୍ରମୁଖ ଉପସ୍ଥିତ ଥିଲେ ।