Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଯୁକ୍ତ ୨ କଲେଜ ପରିଚାଳନା କମିଟି ବୈଠକରେ ଉନ୍ନୟନକୁ ନେଇ ଆଲୋଚନା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଯୁକ୍ତ ୨ କଲେଜ ପରିଚାଳନା କମିଟି ବୈଠକରେ ଉନ୍ନୟନକୁ ନେଇ ଆଲୋଚନା

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଯୁକ୍ତ ୨ କଲେଜ ସଭାକକ୍ଷରେ ପରିଚାଳନା କମିଟି ତରଫରୁ କଲେଜର ବିଭିନ୍ନ ସ୍ତରରେ ଉନ୍ନୟନକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯୁକ୍ତ ୨ କଲେଜ ଅଧ୍ୟକ୍ଷ ଦେବବ୍ରତ ରାଜଗୁରୁଙ୍କ ସଭାପତିତ୍ୱ ଓ କ୍ରୀଡ଼ା ଅଧ୍ୟାପକ ଚତୃଭୁଜ ବଞ୍ଛରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ସମ୍ମାନିତ ଅତିଥିଭାବେ ପରିଚାଳନା କମିଟି ସଭାପତି ଲଳିତ କଅଁର,ବରିଷ୍ଠ ପ୍ରଧ୍ୟାପିକା କଲ୍ୟାଣୀ ପାଢ଼ୀ, କଲେଜ ପ୍ରତିଷ୍ଠାତା ସମ୍ପାଦକ ବୃନ୍ଦାବନ ଗୌଡ଼, ପରିଚାଳନା କମିଟି ସଦସ୍ୟା ମମତା ନାୟକ, ଧରିତ୍ରୀ ନାୟକ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୁଃଖିନୀ ନୁଣ୍ଡ୍ରୁକା, ଶିକ୍ଷାବିତ କରୁଣାକର ସାମଲ, ଅନୁସୂଚିତ ଜନଜାତି ସଦସ୍ୟ ଭରତ ଭୋଇ, ସାଂସଦ ପ୍ରତିନିଧି ମାନସ କୁମାର ବେହେରା ଓ ବିଧାୟକ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ଗୌଡ଼ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ବହୁଦିନ ଧରି ପଡ଼ି ରହିଥିବା ଯୁକ୍ତ ୨ ଓ ସ୍ନାତକ ମହାବିଦ୍ୟାଳୟର ଜମି ପୃଥିକୀରଣ ଉପରେ ଆଲୋଚନା ହୋଇ ଏହାର ସଠିକ୍ ସମାଧାନ ଉପରେ ମତପ୍ରକାଶ ପାଇଥିଲା । ସେହିପରି ଚଳିତ ଶିକ୍ଷା ବର୍ଷରେ ଏହି ମହାବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଥିବା ଯୁକ୍ତ ୨ ବିଜ୍ଞାନ କଲେଜର ପରିଚାଳନା ଏବଂ ଅନ୍ୟାନ୍ୟ ଉନ୍ନୟନ ଉପରେ ମନ୍ତ୍ରୀ ଓ ଉପଜିଲ୍ଲାପାଳଙ୍କ ସହିତ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଆଲୋଚନା କରିଥିଲେ । ମୁନିଗୁଡ଼ାର ଏହି ମହାବିଦ୍ୟାଳୟ ପରିସରରେ ଉଭୟ ଯୁକ୍ତ ୨ କଳା, ବିଜ୍ଞାନ ଓ ଯୁକ୍ତ ୩ କଳା ମହାବିଦ୍ୟାଳୟ ଚାଲୁଥିବାରୁ ଉଭୟ ଶିକ୍ଷାନୁଷ୍ଠାନ ପରସ୍ପର ମଧ୍ୟରେ ସମନ୍ୱୟ ରଖି ଶିକ୍ଷାନୁଷ୍ଠାନ ପରିବେଶ ସ୍ୱଚ୍ଛ ଓ ବିଦ୍ୟାର୍ଥୀଙ୍କ ମଧ୍ୟରେ ସୁସମ୍ପର୍କ, ସଂସ୍କାର ଓ ଉତ୍ତମ ଚରିତ୍ର ନିର୍ମାଣ ଉପରେ ଗୁରୁତ୍ୱ ଦେବାକୁ ପରିଚାଳନା କମିଟିରେ ମନ୍ତ୍ରୀ ଶ୍ରୀଯୁକ୍ତ ସାରକା ଆହ୍ୱାନ ଦେଇଥିଲେ । ମୁନିଗୁଡ଼ା ସ୍ନାତକ ମହାବିଦ୍ୟାଳୟ ନିମନ୍ତେ ରାଜ୍ୟ ସରକାର ଓବିସି ଛାତ୍ରଙ୍କ ଉଦ୍ଦେଶ୍ୟରେ ଏକ ଛାତ୍ରାବାସ ଘୋଷଣା କରିଥିବାରୁ ପରିଚାଳନା କମିଟି ତରଫରୁ ପୂର୍ଣ୍ଣଚନ୍ଦ୍ର ଗୌଡ଼ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାସହ ମହାବିଦ୍ୟାଳୟର ବିଭିନ୍ନ ଉନ୍ନୟନକୁ ନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମନ୍ତ୍ରୀ ଶ୍ରୀଯୁକ୍ତ ସାରକା ଶିକ୍ଷାର ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାର ସର୍ବଦା ପ୍ରତିଶ୍ରୁତିବଦ୍ଧ । ତେଣୁ ଏହି ମହାବିଦ୍ୟାଳୟର ବିକାଶ ପାଇଁ ସେ ସଦା ସର୍ବଦା ନିଜର ଶ୍ରେଷ୍ଠତ୍ୱ ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ । ପରେ ମନ୍ତ୍ରୀ ଓ ଉପଜିଲ୍ଲାପାଳଙ୍କୁ ନେଇ ଯୁକ୍ତ ୨ କଲେଜ ଅଧ୍ୟକ୍ଷ ଦେବବ୍ରତ ରାଜଗୁରୁ, ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ହୃଷୀକେଶ ଜାଲି, ବିଜେଡି ବ୍ଲକ୍ ସଭାପତି ରତନ ଲାଲ ଜୈନ, ଯୁବ ବିଜେଡି ନେତା ରମେଶ ପାଣି, ସୀମାଞ୍ଚଳ ଦାସ ଓ ପରିଚାଳନା କମିଟି ସଦସ୍ୟ ସଦସ୍ୟାମାନେ ମହାବିଦ୍ୟାଳୟ ପରିସର ବୁଲି ଦେଖାଇବା ସହ ଉନ୍ନୟନକୁ ନେଇ ଅନେକ କ୍ଷେତ୍ରର ଦୃଷ୍ଟି ଆକର୍ଷଣ କରାଇଥିଲେ । ସଭାକାର୍ଯ୍ୟ ପରିଚାଳନାରେ କଲେଜ ହେଡକ୍ଲୋର୍କ ଜିତେନ୍ଦ୍ର ନାଥ ଗୌଡ଼, ସୁମତି ରଣାଙ୍କ ସହ ସମସ୍ତ ଯୁକ୍ତ ୨ କଳା ଓ ବିଜ୍ଞାନ ଅଧ୍ୟାପିକା, ଅଧ୍ୟାପକ ଓ ସେବାୟତମାନେ ସହାୟତା କରିଥିଲେ । କ୍ରୀଡ଼ା ଅଧ୍ୟାପକ ଚତୁର୍ଭୁଜ ବଞ୍ଛର ଧନ୍ୟବାଦ ଦେଇଥିଲେ ।