ପୂର୍ବତନ ବିଜେଡି ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି ।  କଳ୍ପନା ଦାସ ଓ ତାଙ୍କ ଝିଅ ବବଲି ହତ୍ୟାକାଣ୍ଡରେ ଛତିଶଗଡ଼ ରାୟଗଡ଼ ସେସନ୍ସ କୋର୍ଟ ତାଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହିତ ଅନୁପ ସାଏଙ୍କ ଡ୍ରାଇଭର ଅନ୍ୟତମ ଅଭିଯୁକ୍ତ ବର୍ଦ୍ଧନ ଟପ୍ପୋ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।

ସୂଚନାଯୋଗ୍ୟ, ୨୦୧୬ ଚକ୍ରଧରପୁର ଅଞ୍ଚଳରୁ ମା’ ଝିଅଙ୍କ ମୃତଦେହ ମିଳିଥିଳା । ଉଭୟଙ୍କ ହତ୍ୟା ପରେ ଗାଡ଼ି ମଡ଼ାଇ ଦିଆଯାଇଥିଲା । ଉକ୍ତ ଘଟଣାରେ ଅନୁପ ଓ ବର୍ଦ୍ଧନଙ୍କୁ ୨୦୨୦ରେ ଗିରଫ କରାଯାଇଥିଲା ।