ଜେଇଙ୍କ ଅନୁପସ୍ଥିତିରେ ନିର୍ମାଣ ହେଉଛି ୫୦ ଲକ୍ଷ ଟଙ୍କାର ମିଶନ ଶକ୍ତି ଗୃହ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ମିଶନ ଶକ୍ତି ଗୃହ ନିର୍ମାଣ ହେଉଛି । ଜେଇଙ୍କ ଅନୁପସ୍ଥିତିରେ ଲକ୍ଷାଧିକ ଟଙ୍କାର କୋଠା ନିର୍ମାଣ ହେଉଥିବାବେଳେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ମିଳିଥିବା ରିପୋର୍ଟ ମୁତାବକ, ବିନା ସୂଚନା ଫଳକରେ ୫୦ଲକ୍ଷ ଟଙ୍କାର ଏହି ମିଶନ ଶକ୍ତି ଗୃହ ନିର୍ମାଣ ହେଉଥିବାବେଳେ ଠିକାଦାର ଓ ଜେଇଙ୍କ ସଲାସୁତୁରା ଥିବା ସନ୍ଦେହ ହେଉଛି । ନିମ୍ନମାନ ସହ କମ ପରିମାଣରେ ସିମେଣ୍ଟ ଲାଗି ବର୍ତ୍ତମାନ ପର୍ଯ୍ୟନ୍ତ ଖମ୍ବ କାର୍ଯ୍ୟ ଆରମ୍ଭ ହୋଇଛି । ରାଜ୍ୟ ସରକାର ଯଦି ଲକ୍ଷାଧିକ ଟଙ୍କା ଦେଉଛନ୍ତି ତା’ହେଲେ ବିଭାଗୀୟ ଅଧିକାରୀଙ୍କ ପାଦ କାହିଁକି ପଡୁନାହିଁ ବୋଲି ପ୍ରଶ୍ନ ଉଠୁଛି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।