ଅଦ୍ଭୁତ ଶିଶୁକନ୍ୟା ଜନ୍ମ

କେନ୍ଦ୍ରାପଡ଼ା,ଏନ୍ଏନ୍ଏସ୍: କେନ୍ଦ୍ରାପଡ଼ା ସହରର ଏକ ଘରୋଇ ନର୍ସିଂହୋମରେ ଆଜି ଏକ ଅଦ୍ଭୁତ ଶିଶୁକନ୍ୟା ସନ୍ତାନ ଜନ୍ମ ନେଇଛି। ଏହି ଶିଶୁଟିର ୨ଟି ମୁଣ୍ଡ ଓ ୩ଟି ହାତ ରହିଛି। ଆଜି ପୂର୍ବାହ୍ଣ ୧୧ଟା ସମୟରେ ଏହି ଶିଶୁ ଜନ୍ମ ହୋଇଥିଲା। ପରେ ତାକୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ କଣଗାଁର ଉମାକାନ୍ତ ପରିଡ଼ାଙ୍କ ସ୍ତ୍ରୀ ଅମ୍ବିକା ଏହି ଶିଶୁଟିକୁ ଜନ୍ମ ଦେଇଛନ୍ତି। ଶିଶୁଟିର ପିଠିରେ ଗୋଟିଏ ହାତ ରହିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରମାନେ ତାକୁ ତୁରନ୍ତ କଟକ ଶିଶୁ ଭବନକୁ ପଠାଇ ଦେଇଛନ୍ତି। ଏହା ଉମାକାନ୍ତଙ୍କ ଦ୍ୱିତୀୟ ସନ୍ତାନ ବୋଲି ଜଣାପଡ଼ିଛି।