ମୀରାବାଈ ଚାନୁଙ୍କୁ ମିଳିପାରେ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ ଆଜି ଚତୁର୍ଥ ଦିନରେ ପହଂଚିଥିବାବେଳେ ଭାରତକୁ ଗୋଟିଏ ବି ସ୍ୱର୍ଣ୍ଣ ପଦକ ମିଳିନାହିଁ। କିନ୍ତୁ ୪୯ କିଲୋଗ୍ରାମ ମହିଳା ବର୍ଗରେ ରୌପ୍ୟ ପଦକ ଜିତି ମୀରାବାଈ ଚାନୁ ଇତିହାସ ରଚିଛନ୍ତି। ଆଉ ଏବେ ଚାନୁଙ୍କ ରୌପ୍ୟ ପଦକ ସ୍ୱର୍ଣ୍ଣରେ ବଦଳିପାରେ ବୋଲି ସୂଚନା ମିଳିଛି।

ସୂଚନା ମୁତାବକ, ଏହି ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ଚୀନର ହୋ ଜଜିହୁ ପୁଣିଥରେ ଡୋପ୍ ଟେଷ୍ଟ ଦେବେ। ଯଦି ଜଜିହୁ ଡୋପ୍ ଟେଷ୍ଟରେ ଫେଲ୍ ହୋଇଯାଆନ୍ତି ତେବେ ଚାନୁଙ୍କ ରୌପ୍ୟ ପଦକ ସ୍ୱର୍ଣ୍ଣରେ ପରିଣତ ହୋଇଯିବ।

ସୂଚନାଯୋଗ୍ୟ, ମୀରାବାଈ ଚାନୁ ଆଜି ଜାପାନରୁ ଦିଲ୍ଲୀ ଫେରୁଛନ୍ତି। ଭାରତ ପହଂଚିବା ପରେ ସେ ପ୍ରଥମେ ଘରକୁ ଯିବେ ବୋଲି କହିଛନ୍ତି।