ମହାରାଷ୍ଟ୍ର ବନ୍ୟାରେ ମୃତ୍ୟୁସଂଖ୍ୟା ୧୬୮କୁ ବୃଦ୍ଧି

ମହାରାଷ୍ଟ୍ର: ମହାରାଷ୍ଟ୍ର ବନ୍ୟାରେ ମୃତ୍ୟୁସଂଖ୍ୟା ୧୬୮କୁ ବୃଦ୍ଧି ପାଇଛି। ଅନ୍ୟପଟେ ୫୬ଜଣ ଆହତ ହୋଇଥିବାବେଳେ ୧୦୦ଜଣ ନିଖୋଜ ଅଛନ୍ତି। ମୃତକଙ୍କ ମଧ୍ୟରେ ରାୟଗଢ଼ରୁ ୭୧, ସତାରାରୁ ୪୧, ରତ୍ନାଗିରିରୁ ୨୧, ଠାଣେରୁ ୧୨, କୋହ୍ଲାପୁରରୁ ୭, ମୁମ୍ବାଇରୁ ୪, ସିନ୍ଧୁଦୁର୍ଗ, ପୁଣେ, ବର୍ଦ୍ଧା ଓ ଓକୋଲାରୁ ୨ ଲେଖାଏଁ ରହିଛନ୍ତି। ପ୍ରଭାବିତ ଅଞ୍ଚଳରୁ ବର୍ତ୍ତମାନ ସୁଦ୍ଧା ୨ଲକ୍ଷ ୨୯ହଜାର ୭୪ ଜଣଙ୍କୁ ଉଦ୍ଧାର କରାଯାଇଛି।

ସୂଚନାଯୋଗ୍ୟ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରବିବାର ରତ୍ନାଗିରି ଜିଲ୍ଲା ଗସ୍ତ କରି ସେଠାକାର ନିବାସୀ, ବ୍ୟବସାୟୀ ଓ ଦୋକାନୀଙ୍କ ସହ ଆଲୋଚନା କରିଛନ୍ତି। ଏଥିସହିତ ରାଜ୍ୟ ସରକାରଙ୍କ ତରଫରୁ ଯଥାସମ୍ଭବ ସହାୟତା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।