- ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ୪୯ କିଲୋଗ୍ରାମ ଭାରୋତ୍ତୋଳନ ମହିଳା ବର୍ଗରେ ରୌପ୍ୟ ପଦକ ଜିତି ଭାରତ ପାଇଁ ଗୌରବ ଅର୍ଜନ କରିଛନ୍ତି ମିରାବାଇ ଚାନୁ। ସେ ଦ୍ୱିତୀୟ ଭାରତୀୟ ମହିଳା ଭାବେ ଅଲିମ୍ପିକ୍ରେ ରୌପ୍ୟ ପଦକ ହାସଲ କରିଛନ୍ତି। ଏହାପୂର୍ବରୁ ପି.ଭି ସିନ୍ଧୁ ରୌପ୍ୟ ପଦକ ଜିଣି କିର୍ତ୍ତୀ ରଚିଥିଲେ। ଏଥିପାଇଁ ବିଶ୍ୱର ବିଭିନ୍ନ ସ୍ଥାନରୁ ପ୍ରଶଂସାର ସୁଅ ଛୁଟୁଥିବାବେଳେ ଡୋମିନୋସ୍ ଇଣ୍ଡିଆ ତାଙ୍କୁ ମାଗଣାରେ ଜୀବନସାରା ପିଜା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛି।
ସୂଚନା ଅନୁଯାୟୀ, ଅଲିମ୍ପିକ୍ସରେ ଦେଶ ପାଇଁ ପ୍ରଥମ ପଦକ ଜିତିବା ପରେ ମିରାବାଇ ଖୁସି ଜାହିର କରିଥିଲେ। ମଣିପୁରର ଚାମ୍ପିଅନ୍ ଲିଫ୍ଟର୍ ମୀରାବାଇ ଚାନୁ କହିଥିଲେ ଯେ, ସେ ଗତକିଛି ବର୍ଷ ମଧ୍ୟରେ ତାଙ୍କ ଖାଦ୍ୟକୁ ଯଥେଷ୍ଟ ସୀମିତ ରଖିଛନ୍ତି। ବିଶେଷକରି ୨୦୧୬ ରିଓ ଅଲିମ୍ପିକ୍ ଅଭିଯାନ ପରେ। ପିଜା ତାଙ୍କୁ ବେଶ୍ ପସନ୍ଦ ଏବଂ ‘ପିଜା’ ସହିତ ସେ ଏହି ଐତିହାସିକ ମୁହୂର୍ତ୍ତକୁ ପାଳନ କରିବାକୁ କହିଥିଲେ।
ସେ କହିଥିଲେ ଯେ ‘ମୁଁ ପ୍ରଥମେ ପିଜା ଖାଇବି। ମୁଁ ପିଜା ଖାଇବାକୁ ବହୁତ ଭଲ ପାଏ।’ ଚାନୁଙ୍କ ବିଜୟକୁ ସମ୍ମାନ ଜଣାଇ ଡୋମିନୋସ୍ ଇଣ୍ଡିଆ ତାଙ୍କୁ ମାଗଣାରେ ଜୀବନସାରା ପିଜା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛି।