ଇତିହାସ ରଚିଲେ ମୀରାବାଇ ଚାନୁ

ନୂଆଦିଲ୍ଲୀ: ଅଲମ୍ପିକରେ ରୌପ୍ୟ ପଦକ ଜିତିଥିବା ମୀରାବାଇ ଚାନୁ ୱେଟଲିଫ୍ଟିଂ ୱାର୍ଲ୍ଡ ଚାମ୍ପିୟନସିପରେ ଇତିହାସ ରଚିଛନ୍ତି । ଏଥିରେ ମୋଟ ୨୦୦ କିଗ୍ରା ଓଜନ ଉଠାଇ ରୌପ୍ୟ ପଦକ ଜିତିଛନ୍ତି । ଚୀନର ୱେଟଲିଫ୍ଟର ଜିୟାଙ୍ଗ ହୁଇହୁଆ ମୋଟ ୨୦୬ କିଗ୍ରା ଓଜନ ଉଠାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଅନ୍ୟପଟେ ଚୀନର ଅନ୍ୟଜଣେ ୱେଟଲିଫ୍ଟର ୱି ଝିହୁଇ ୧୯୮ କିଗ୍ରା ଓଜନ ଉଠାଇ କାଂସ୍ୟ ପଦକ ଜିତିଛନ୍ତି ।

ଲୋମ୍ବିୟାର ବୋଗୋଟାରେ ଆୟୋଜିତ ୱେଟଲିଫ୍ଟିଂ ୱାର୍ଲ୍ଡ ଚାମ୍ପିୟନସିପରେ ମୀରାବାଇ ଚାନୁଙ୍କ ଯାତ୍ରା ସହଜ ନଥିଲା। ସେ ଆହତ ହୋଇଥିଲେ ମଧ୍ୟ ସାହସ ହରାଇ ନଥିଲେ । ମୀରା କ୍ଲିନ ଏଣ୍ଡ ଜର୍କରେ ୧୧୩ ଓ ସ୍ନାଚରେ ୮୭ କିଗ୍ରା ଓଜନ ଉଠାଇ ରୌପ୍ୟ ପଦକ ନିଜ ନାଁରେ କରିଥିଲେ ।