ପ୍ରଧାନମନ୍ତ୍ରୀ ଆବାସ ଗୃହର ଛାତ ପଡିବା ସମୟରେ ବିଦ୍ୟୁତ ଆଘାତରେ ନାବାଳିକା ଶ୍ରମିକ ମୃତ୍ୟୁ

ଲାଞ୍ଜିଗଡ଼,ଏନ୍ଏନ୍ଏସ୍: ଲାଞ୍ଜିଗଡ ବ୍ଲକ୍ ବିଶ୍ୱନାଥପୁର ନିକଟସ୍ଥ କୁଟୁରୁପାଲି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ନାବାଳକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ କୁଟୁରୁପାଲି ଗାଁ’ର ତିଳୋତ୍ତମା ଚାଲାନଙ୍କ ପ୍ରଧାନମନ୍ତ୍ରୀ ଆବାସ ଗୃହର ଛାତ ପକାଇବା ପାଇଁ ସେହି ଗାଁର ଜଗଦିଶ ଚାଲାନ ଠିକା ନେଇଥିଲା ଓ ସେହି ଛାତ ପକାଇବା କାମ କରିବା ପାଇଁ ବାଲିଜୋଡି ଗାଁର ନାବାଳିକା ଝୀଅ ପ୍ରଭା କୋଶଲିଆ(୧୭) ଶ୍ରମିକ ଭାବରେ କାମ କରିବା ପାଇଁ ଆସିଥିଲା।

ଛାତ ଉପରେ ମିସ୍ତ୍ରୀ ପାଖରେ ରହି ସିମେଣ୍ଟ ମସଲା ଦେଉଥିବା ସମୟରେ ଛାତ ଉପରେ ଯାଇଥିବା ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ପ୍ରଭା। ଫଳରେ ଘଟଣା ସ୍ଥଳରେ ସେ ଗୁରୁତର ହୋଇପଡିଥିଲା। ଗୁରୁତର ହେବାରୁ ପ୍ରଭାଙ୍କୁ ନିକଟସ୍ଥ ବିଶ୍ୱନାଥପୁର ଡାକ୍ତରଖାନାକୁ ଅଣାଯାଇଥିଲା। ବିଶ୍ୱନାଥପୁର ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ପରେ ଡାକ୍ତରଖାନା ପରିସରରେ ଜନ ଅସନ୍ତୋଷ ବୃଦ୍ଧି ପାଇଥିଲା।