ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ମୋଟୁ ଥାନା ଅନ୍ତର୍ଗତ ଏମ୍ପିଭି-୫୩ ଗ୍ରାମର ଏକ ଗଛରେ ଜଣେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଗ୍ରାମର ବିନୟ କୃଷ୍ଣ ମଣ୍ଡଳଙ୍କ ନାବାଳିକା ରୂପା ମଣ୍ଡଳ ଗତକାଲି ବିଳମ୍ବିତ ରାତିରେ ଏକ ଆମ୍ବ ଘଛରେ ନିଜ ଓଡ଼ଣୀରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କାଲିମେଳା ପଠାଇଛି। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।