ଡିଏଭି ସ୍କୁଲର ପ୍ରତିଷ୍ଠା ଦିବସ ପାଳିତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଡିଏଭି ପବ୍ଲିକ୍ ସ୍କୁଲର ୨୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା, ପୁଷ୍ପାଞ୍ଜଳି ପଣ୍ଡା, ବରିଷ୍ଠ ଆଇନଜିବୀ ତାପସ ରାୟ ଚୌଧୁରୀ, ରେଖାରାୟ ଚୌଧୁରୀ, ଜୀବନ ପୁରୋହିତ, ସୁରେଖା ପୁରୋହିତ, ସନ୍ତୋଷ ପଣ୍ଡା, ଶ୍ରୀମତୀ ପଣ୍ଡା, ଏମଭିଏଲଏନ ରାଓ, ଚଞ୍ଚଳ ଦୁଆ, ଅଧ୍ୟାପକ ବିଶ୍ୱଜିତ ଖମାରି, ଅଧ୍ୟାପିକା ସୁଚିସ୍ମିତା କର, ପୂଜା ଜୟଶ୍ୱାଳଙ୍କ ସମେତ ଅନ୍ୟ ବ୍ୟକ୍ତିମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାସହ ବିଶ୍ୱଶାନ୍ତି ଓ ମୈତ୍ରୀ ପାଇଁ ଏକ ହୋମଯଜ୍ଞର ଆୟୋଜନ କରାଯାଇଥିଲା।
କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ଚଳିତବର୍ଷର ପ୍ରତିଷ୍ଠା ଦିବସକୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଅନଲାଇନରେ ସନ୍ନିବେଶ କରାଯାଇଥିଲା। ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଲାଗି ଆୟୋଜିତ ‘ଗୃହ ସାଜସଜ୍ଜା ଓ ପ୍ରତିଷ୍ଠା ଦିବସ ପାଳନ ବିଧି’ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ ଘରଗୁଡ଼ିକର ଅନଲାଇନ ପରିଦର୍ଶନ ପୂର୍ବକ ସାକ୍ଷାତକାର କରାଯାଇଥିଲା। ଅଧ୍ୟକ୍ଷ ଶ୍ରୀ ପଣ୍ଡା, ସୁପରଭାଇଜର ଏମଭିଏଲଏନ ରାଓ, ଶିକ୍ଷକ ଅଲେଖ ବିହାରୀ ସାହୁ ୨୩ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ନିଜ ମତ ରଖିଥିଲେ। ଶିକ୍ଷୟିତ୍ରୀ ମଞ୍ଜୁଶ୍ରୀ ବେଦୁଲା ଓ ଅପର୍ଣ୍ଣା ଦେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।