ଝାଡଖଣ୍ଡରେ ଛାତିଥରା ଘଟଣା, ନାବାଳିକାଙ୍କୁ ଗଣଦୁଷ୍ମର୍ମ କଲେ ୧୦ ନାବାଳକ

ରାଞ୍ଚି,ଏଜେନ୍ସି: ଝାଡଖଣ୍ଡରେ ବିଚଳିତ କରିବା ଭଳି ଛାତିଥରା ଘଟଣା ଘଟିଛି । ଜଣେ ନାବାଳିବାକୁ ଗଣଦୁଷ୍ମର୍ମ କଲେ ନାବାଳକ । ମଦ୍ୟପାନ କରି ୧୦ ଜଣ ନାବାଳକ ନାବାଳିକାକୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ନାବାଳିକା ଜଣଙ୍କ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ନାବାଳକ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିଛି ପୁଲିସ ।

ମିଳିଥିବା ସୂଚନା ଅନୁଯାୟୀ ଗତ ଶୁକ୍ରବାର ଦିନ ନାବାଳିକା ଜଣଙ୍କ ଜଣେ ନାବଳକ ସହ ଏକ ଅର୍କେଷ୍ଟ୍ରା କାର୍ଯ୍ୟକ୍ରମ ଦେଖିବା ପାଇଁ ଲାଟେହାର ପୁଲିସ ଷ୍ଟେସନ ଅଞ୍ଚଳକୁ ଯାଇଥିଲେ । ସେଠାରେ କାର୍ଯ୍ୟକ୍ରମ ସରିବା ପରେ ସେମାନେ ରେଲଓ୍ବେଷ୍ଟେସନରେ ଅପେକ୍ଷା କରିଥିଲେ । ଏହି ସମୟରେ ୧୦ ଜଣ ନାବାଳକ ମଦ୍ୟପାନ କରି ନାବାଳିକାଙ୍କୁ ଅସଦାଚରଣ କରିଥିଲେ । ଏହି ସମୟରେ ନାବାଳିକାଙ୍କ ସାଥିରେ ଥିବା ନାବାଳ ଏହାକୁ ବିରୋଧ କରିବାରୁ ମଦ୍ୟପ ନାବାଳକ ମାନେ ତାଙ୍କୁ ଗାଳି ଗୁଲଜ କରିବା ସହ ମାଡ ମାରିଥିଲେ । ଫଳରେ ଜୀବନ ରକ୍ଷା କରିବାକୁ ଯାଇ ଘଟଣାସ୍ଥଳରୁ ଖସି ପଳାଇଥିଲେ ନାବାଳକ ।

ଏହାପରେ ୧୦ ଅଭିଯୁକ୍ତ ନାବାଳକ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ୧୦ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ ଗିରଫ କରିଛି । ଏହି ଘଟଣାରେ ସବିଶେଷ ତଥ୍ୟ ଅନୁସନ୍ଧାନ ପରେ ହିଁ ଦିଆଯିବ ବୋଲି ପୁଲିସ ତରଫରୁ ସୂଚନା ପ୍ରଦାନ କରାଯାଇଛି । ପୀଡିତା ନାବାଳିକା ସଦର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି ।