ନଦୀରେ ଗୋଧୋଇବା ବେଳେ ଖସିଗଲା ଗୋଡ, ନାବାଳକ ମୃତ

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ବୈତରଣୀରେ ପଦ୍ମପୁର ଘାଟରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ପଦ୍ମପୁର ଗାଁର ରମେଶ ଚନ୍ଦ୍ର ସାହୁଙ୍କ ଏକମାତ୍ର ପୁଅ ରୁଦ୍ର ପ୍ରସାଦ ସାହୁ। ରୁଦ୍ରଙ୍କ ବୟସ ୧୨ ବର୍ଷ ହେବ।

ରୁନ୍ଦଙ୍କ ମାଆ ଦୀପାବଳିରେ ପିତୃପୁରୁଷଙ୍କୁ ଡାକ ପାଇଁ ସକାଳୁ ସକାଳୁ ନଦୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଘରେ ଶୋଇଥିବା ରୁଦ୍ର ହଠାତ୍ ଉଠି ନଦୀକୁ ଗାଧୋଇବାକୁ ଯାଇଥିଲେ। ମାଆ ଗାଧୋଉଥିବାର କିଛି ଦୂରରେ ରୁଦ୍ର ଗାଧୋଇଥିଲେ।

ଏହି ସମୟରେ ଗୋଡ ଖସିଯିବାରୁ ଗଭୀର ଗଣ୍ଡରେ ବୁଡିଯାଇଥିଲା ରୁଦ୍ର। ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ତାକୁ ଉଦ୍ଧାର କରିଥିଲେ। ହେଲେ ସେତେବେଳେକୁ ତାର ମୃତ୍ୟୁ ଘଟିସାରିଥିବା ଜଣାପଡିଛି।