ନୂଆଦିଲ୍ଲୀ,ଏଜେନ୍ସି: ଗୁଜରାଟର କଚ୍ଛରେ ଭୂମିକମ୍ପ ଝଟକା। ରିକ୍ଟର ସ୍କେଲରେ ତୀବ୍ରତା ୫.୦ ବୋଲି ଜଣାପଡିଛି। ଦ୍ୱାରକାରୁ ୨୨୩ କିମି ଉତ୍ତରପୂର୍ବରେ ଭୂକମ୍ପ ଝଟକା ଦେଖିବାକୁ ମିଳିଛି। ଗୁରୁବାର ଅପରାହ୍ନ ୩.୧୫ ମିନିଟରେ ଖୂମିକମ୍ପ ହୋଇଥିବା ନେଇ ସେସ୍ମୋଲୋଜୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ବର୍ତ୍ତମାନର ସୁଦ୍ଧା କ୍ଷତକ୍ଷତିର କୌଣସି ରିପୋର୍ଟ ମିଳିନାହିଁ। ଅନେକ ସ୍ଥାନରେ ଘରଗୁଡିକ କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ଭାବେ ଜଣାପଡିଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ପ୍ରକ୍ରିୟା ତୁରନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ରିକ୍ଟର ସ୍କେଲର ତୀବ୍ରତା ୫.୦ ବୋଲି ଅନୁମାନ କରାଯାଉଛି। ମାତ୍ର ଏହି ଭୂମିକମ୍ପରେ ଅନେକ ସ୍ଥାନରେ ଘରଗୁଡିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସମ୍ପୂର୍ଣ୍ଣ କ୍ଷତିର ରିପୋର୍ଟ ଆସିନାହିଁ।