ଜିଲ୍ଲା ପରିଷଦ ପ୍ରାଥିୀଙ୍କ ପାଇଁ ମନ୍ତ୍ରୀ ଟୁକୁନି ସାହୁଙ୍କ ଭୋଟ ଭିକ୍ଷା

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ ଟିକ୍ରାପଡ଼ା ୩୦ ନମ୍ୱର ଜୋନରେ ଜିଲ୍ଲା ପରିଷଦ ପ୍ରାଥିୀ ଭାବେ ହିମାଂଚଳ ବୁଡ଼େକ ତ୍ରିସ୍ତରୀୟ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଶ୍ରୀ ବୁଡ଼େକଙ୍କ ପାଇଁ ରେଙ୍ଗାଳବାହାଲ, କରମତଳା, ଝିମନପାଲି, ଦାବଜୁରୀ, ଛନଛଡ଼ା, ପେଣ୍ଡରାମାଲ, ଧରପଗଡ଼, ଗୋଏଲଭାଡ଼ି, ମାକ୍ରି, ଭତାସର, ଗଣ୍ଡପତ୍ରାପାଲି, ଫପସି ଓ ବଡ଼ମାଲ ଭଳି ଅନେକ ଗାଁକୁ ଯାଇ ଘରକୁ ଘର ବୁଲି ଭୋଟ ଭିକ୍ଷା କରଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ଲୋକେ ପାଉଥିବାବେଳେ ମିଶନ ଶକ୍ତି ଜରିଆରେ ଅନେକ ମହିଳାମାନେ ଲାଭବାନ ହୋଇ ପାରୁଥିବା ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ବିଭିନ୍ନ ଗାଁରେ ଅନେକ ସମସ୍ୟା ଲାଗି ରହିଥିବାବେଳେ ନିଶ୍ଚିତ ଭାବରେ ଆଗାମୀ ଦିନରେ ସମସ୍ୟାର ସମାଧାନ ହେବ ବୋଲି ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ର ବଦନ ପୁରୋହିତ, ରାଜ କିଶୋର ଡାଙ୍ଗ, ବିଜେଡି ବ୍ଲକ ସଭାପତି ଟୁନୁ ରାଜପଲିଆ, ଆଲୋକ ବୁଡ଼େକ ଓ ମିଲନ କୁମାର ବାରିକ ସମେତ ବିଜେଡିର ଶତାଧିକ କର୍ମୀ ସାମିଲ ହୋଇଥିଲେ ।